ରାଜ୍ୟରେ ଆଜି ୯ ହଜାର ୮୮୯ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: May 5, 2021, 9:54 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୯ ହଜାର ୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୨୭୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୦ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ ହଜାର ୨୫୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୯ ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୩୩୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୩୭ ଜଣ, ଅନୁଗୁଳ ଜିଲ୍ଲାରୁ ୪୪୩ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୫୧ ଜଣ, ବରଗଡ ଜିଲ୍ଲାରୁ ୪୮୩ ଜଣ, ଭଦ୍ରକ ଜିଲ୍ଲାରୁ ୫୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୨୬ ଜଣ, ବୌଦ୍ଧ ଜିଲ୍ଲାରୁ ୧୨୯ ଜଣ, କଟକ ଜିଲ୍ଲାରୁ ୭୯୦ ଜଣ, ଦେବଗଡ ଜିଲ୍ଲାରୁ ୭୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୦ ଜଣ, ଗଜପତି ଜିଲ୍ଲାରୁ ୧୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୩୧୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୫୬ ଜଣ, ଯାଜପୁର ଜିଲ୍ଲାରୁ ୨୮୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୮୬ ଜଣ, କଳାହାଣ୍ଡିରୁ ୪୧୪ ଜଣ, କନ୍ଧମାଳ ଜିଲ୍ଲାରୁ ୫୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୩୩ ଜଣ, କେନ୍ଦୁଝର ଜିଲ୍ଲାରୁ ୧୯୫ ଜଣ, କୋରାପୁଟ ଜିଲ୍ଲାରୁ ୯୪ ଜଣ, ମାଲକାନାଗିରି ଜିଲ୍ଲାରୁ ୮୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୪୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧୪ ଜଣ, ନୟାଗଡ ଜିଲ୍ଲାରୁ ୨୨୩ ଜଣ, ନୂଆପଡା ଜିଲ୍ଲାରୁ ୩୩୫ ଜଣ, ପୁରୀ ଜିଲ୍ଲାରୁ ୪୩୬ ଜଣ, ରାୟଗଡା ଜିଲ୍ଲାରୁ ୧୨୯ ଜଣ, ସମ୍ବଲପୁର ଜିଲ୍ଲାରୁ ୪୭୦ ଜଣ, ସୋନପୁର ଜିଲ୍ଲାରୁ ୧୫୮ ଜଣ ଏବଂ ଷ୍ଟେଟ ପୁଲରୁ ୨୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts