ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬ ହଜାର ୮୫୪ କରୋନା ଆକ୍ରାନ୍ତ

Published: May 6, 2021, 6:43 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୮୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୯୧, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡରୁ ୩୭୧, ବଲାଙ୍ଗୀରିରୁ ୩୫୮, ଅନୁଗୁଳରୁ ୩୪୮, ବରଗଡରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩୦୦, ମୟୂରଭଞ୍ଜରୁ ୨୮୯, ନୂଆପଡାରୁ ୨୮୨, ଗଞ୍ଜାମରୁ ୨୭୪, କଳାହାଣ୍ଡିରୁ ୨୭୪, ପୁରୀରୁ ୨୫୯, କଟକରୁ ୧୯୯, ରାୟଗଡାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨, ଗଜପତିରୁ ୧୦୯, ନୟାଗଡରୁ ୧୦୪, ବାଲେଶ୍ବରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନାଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟ ପୁଲରୁ ୨୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୬୨ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୪ ହଜାର ୭୩୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୨୧ କୁ ବୃଦ୍ଧି ହୋଇଛି।

Related posts