ବିରୋଧୀ ଦଳର ନେତା ପ୍ରଦୀପ ନାୟକ କରୋନା ଆକ୍ରାନ୍ତ, ପ୍ରଧାନମନ୍ତ୍ରୀ ହେଲେ କଥା

Published: May 6, 2021, 11:34 pm IST

ଭୁବନେଶ୍ବର, ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ପ୍ରଦୀପ ନାୟକ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ଫଳରେ ତାଙ୍କୁ ଭୁବନେଶ୍ବରର ଏମସରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇୟୁସିରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କର ସ୍ବାସ୍ଥ୍ୟ ଖବର ପ୍ରସାରିତ ହେବା ପରେ ସବୁ ଦଳ ତରଫରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

Related posts