
ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଜଣେ ବିଧାୟକଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ବିଜେପି ବିଧାୟକଙ୍କ କରୋନାରେ ନିଧନ ହୋଇଛି। ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ବାହାଦୁର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପ୍ରାଣହାନୀ ଘଟିଛି।
ଏହା ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର, ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ, ବରେଲୀର ନବବଗଞ୍ଜ ବିଧାୟକ କେଶର ସିଂହଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।