Categories
ଆଞ୍ଚଳିକ

ଟ୍ରକ୍ ଧକ୍କାରେ ସ୍କୁଟି ଚାଳକଙ୍କ ପ୍ରାଣହାନୀ

କୈଳାଶ ଚନ୍ଦ୍ର ଚୌଧୂରୀ

ବ୍ରହ୍ମପୁର: ଛତ୍ରପୁର ନିକଟ କାଳିଆ ବାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଜଣେ ଅଜଣା ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ଗୁଳିରେ ଆଉ ଜଣେ ବିଜେପି କର୍ମୀଙ୍କ ପ୍ରାଣହାନୀ, ଏପର୍ଯ୍ୟନ୍ତ ୧୨ ମୃତ

କଲିକତା: ପଶ୍ଚିମବଙ୍ଗରେ ପଞ୍ଚାୟତ ଭୋଟ୍ ସମୟରେ ହିଂସାରେ ଆଉ ଏକ ମୃତ୍ୟୁ ଘଟିଛି। କୁଚବିହାରର ଦିନହାଟାରେ ଗୁଳିରେ ଆଘାତ ଲାଗି ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଛି। ଗତ ରାତିରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଜଣ ରାଜନୈତିକ କର୍ମୀଙ୍କ ମୃତ୍ୟୁ ଘଟିଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ​​ଅପରାହ୍ନ ୧ ଟା ସୁଦ୍ଧା ୩୭ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ନାଭାଲ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଣପୁର ଏନଏସି ର ଯୁବ ବିଜେପି ନେତାଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ଚିଆଙ୍କ ସାହି ଅଞ୍ଚଳର ଦୁର୍ଗା ଚରଣ ଦାସଙ୍କ ସାନ ପୁଅ ରମାକାନ୍ତ ଦାସ (୪୫) ଖଲ୍ଲିକୋଟ ଠାରୁ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ନାଭାଲ ଫାଣ୍ଡି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ରକଟି ତାଙ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେବା ଦ୍ୱାରା ଭାର ସାମ୍ୟ ହରାଇ ରମାକାନ୍ତ ଟ୍ରକ ଚକା ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଏବଂ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଥିବା କହିଛନ୍ତି।

ସୂଚନା ଥାଉକୁ ରମାକାନ୍ତ ବାଣପୁର ଏନଏସି ର ଯୁବ ବିଜେପି ନେତା ମଧ୍ୟ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଆଜି ଦେଢ ଲକ୍ଷ ତଳେ ରହିଛି ସଂକ୍ରମଣ, ୫ ଲକ୍ଷ ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୭୨ ହଜାର ୪୩୩ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୪୯ ହଜାର ୩୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୦୦୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୦୭୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୪୬ ହଜାର ୬୭୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୧୯ ଲକ୍ଷ ୫୨ ହଜାର ୭୧୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୫୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୪ କୋଟି ୧୭ ହଜାର ୮୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୪ ଲକ୍ଷ ୩୫ ହଜାରକୁ ୫୬୯ ବୃଦ୍ଧି ପାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିହାରର ମୁଜାଫରପୁରରେ ବିଷାକ୍ତ ମଦ ପିଇ ଚାରି ଜଣଙ୍କର ପ୍ରାଣହାନୀ!: ଅନ୍ୟ ଚାରି ଗୁରୁତର

ପାଟନା: ବିହାରର ମୁଜାଫରପୁରରେ ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଚାରିଜଣ ଗୁରୁତର ହୋଇପଡିଛନ୍ତି। କାଣ୍ଟି ପୋଲିସ୍ ଷ୍ଟେସନ ଅଞ୍ଚଳର ସିରସିୟା ଏବଂ ବରିୟାପୁରରେ ଚାରିଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଚାରିଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି। ଗାଁରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ବିଷୟରେ ଆଲୋଚନା ହେଉଛି। ନଭେମ୍ବର ୧୫ ତାରିଖରେ କାଣ୍ଟି ବ୍ଲକରେ ଏକ ନିର୍ବାଚନ ଅଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

ପୋଲିସର ସୂଚନାନୁସାରେ ଦୁଇ ମୃତକଙ୍କ ନାମ ସିରସିଆର ସୁମିତ ରାୟ ଏବଂ ବରୀୟାରପୁରର ଅଶୋକ ରାୟ ବୋଲି ଜଣାପଡିଛି। ଅନ୍ୟ ଦିନ ଭଳି ଦୁହେଁ ସୋମବାର ରାତିରେ ନିଜ ଘରକୁ ଆସିଥିଲେ। ଏହା ପରେ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଉଭୟଙ୍କ ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଅନ୍ତିମ ସଂସ୍କାର କରାଯାଇଥିଲା।

ଆଜି ଚିକିତ୍ସା ସମୟରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତରଖାନାରେ ଦିଲୀପ ଏବଂ ରାମ ବାବୁଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ଗାଁର ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଚାରିଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣା ସମ୍ପର୍କରେ ପୋଲିସ ଅଧିକାରୀଙ୍କ ଦ୍ଵାରା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ। ଏସଏସପି ଜୟନ୍ତ କାନ୍ତ କହିଛନ୍ତି ଯେ, ଦୁଇ ଜଣଙ୍କର ମୃତ୍ୟୁ ହୋଇଛି, ସମ୍ପର୍କୀୟଙ୍କ ବିବୃତ୍ତି ନେବାକୁ ଚେଷ୍ଟା କରାଯାଉଛି। ମୃତ୍ୟୁର କାରଣ ଜାଣିବା ପାଇଁ ପ୍ରୟାସ ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଅଘଟଣ: ପୋଖରୀରେ ବୁଡି ୫୫ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ପାନ୍ଥନିବାସ ରୋଡ଼ରେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟିଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବଡ଼କୁଳ ପାନ୍ଥନିବାସ ରୋଡ଼ରେ ଵାସ କରୁଥିବା ସୁର ସ୍ୱାଇଁ (୫୫) ଆଜି ପୂର୍ବାହ୍ନରେ ଗାଧୋଇବା ନିମନ୍ତେ କସ୍ତୁରି ଲଜ ପଛପଟେ ଥିବା ଏକ ପୋଖରୀକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଯାଏଁ ଘରକୁ ଫେରିନଥିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ପୋଖରୀ ମଧ୍ୟରେ ବୁଡ଼ିରହିଥିବାର ଦେଖିବାକୁ ପାଇଥିଲେ।

ଏ ନେଇ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ସୂଚନା ଦେବାରୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ସୁରଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆଖି ବୁଜିଲେ ଆଉ ଜଣେ ବିଜେପି ବିଧାୟକ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଜଣେ ବିଧାୟକଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ବିଜେପି ବିଧାୟକଙ୍କ କରୋନାରେ ନିଧନ ହୋଇଛି। ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ବାହାଦୁର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପ୍ରାଣହାନୀ ଘଟିଛି।

ଏହା ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର, ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ, ବରେଲୀର ନବବଗଞ୍ଜ ବିଧାୟକ କେଶର ସିଂହଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।