ବାଲୁଗାଁରେ ଅଘଟଣ: ପୋଖରୀରେ ବୁଡି ୫୫ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣହାନୀ

Published: Aug 21, 2021, 1:56 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ପାନ୍ଥନିବାସ ରୋଡ଼ରେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟିଥିବାର ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ବଡ଼କୁଳ ପାନ୍ଥନିବାସ ରୋଡ଼ରେ ଵାସ କରୁଥିବା ସୁର ସ୍ୱାଇଁ (୫୫) ଆଜି ପୂର୍ବାହ୍ନରେ ଗାଧୋଇବା ନିମନ୍ତେ କସ୍ତୁରି ଲଜ ପଛପଟେ ଥିବା ଏକ ପୋଖରୀକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଯାଏଁ ଘରକୁ ଫେରିନଥିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ପରେ ତାଙ୍କୁ ପୋଖରୀ ମଧ୍ୟରେ ବୁଡ଼ିରହିଥିବାର ଦେଖିବାକୁ ପାଇଥିଲେ।

ଏ ନେଇ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ସୂଚନା ଦେବାରୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ସୁରଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts