
ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଅବସରରେ ଆଜି ଦେଶର ସାଢେ ୯ କୋଟି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ମିଳିଛି। ମୋଟ ୧୯ ହଜାର କୋଟି ଟଙ୍କା କୃଷକଙ୍କ ଖାତାରେ ଜମା ହୋଇଛି। ଏହା ପିଏମ କିଷାନ ସହାୟତାର ଅଷ୍ଟମ କିସ୍ତି ଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହାସହ ଦେଶର ଜୈବିକ ପଦ୍ଧତିରେ ଫସଲ କରୁଥିବା କେତେଜଣ କୃଷକଙ୍କ ସାଥିରେ ପ୍ରଧାନମନ୍ତ୍ରୀ ସିଧାସଳଖ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି।