
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଡିଆରଡିଓ ଦ୍ଵାରା ‘୨-ଡିଜି’ ଔଷଧ ପ୍ରସ୍ତୁତ କରାଯାଇଛି। ଏହି ଔଷଧର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ ଆଜି କିମ୍ବା କାଲି ଭିତରେ ମିଳିବା ଆଶା କରାଯାଉଛି। ଏହା ସହ ଆବଶ୍ୟକତାକୁ ଦେଖି ଏହାର ଉତ୍ପାଦନ କ୍ଷମତା ବଢାଇବା ଉପରେ ଜୋର ଦିଆଯାଉଛି।
ଡିଆରଡିଓ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଯାହା କରୋନା ଭୂତାଣୁ ବିରୋଧ ଲଢେଇରେ ବଡ ସହାୟକ ହେବ। ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ‘୨-ଡିଜି’ କୁ ଅଧିକ ମାତ୍ରାର ଉତ୍ପାଦନ ଆରମ୍ଭ କରାଯାଇଛି।
ଏହାର ବ୍ୟବହାର ଦ୍ଵାରା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ସହ ଅମ୍ଳଜାନ ଅଭାବକୁ ହ୍ରାସ କରିବ। ଏହି ଔଷଧ ଯୋଗୁଁ ଲୋକେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ଏବଂ ଏହା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ମଧ୍ୟ କମ ଆବଶ୍ୟକତା କରିଥାଏ।