
ଭୁବନେଶ୍ବର, ବର୍ତ୍ତମାନ କୋଭିଡି ପାଇଁ ଲକଡାଉନ ଚାଲିଥିବାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି ବନ୍ଦ ରହିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କାର୍ଯ୍ୟ ଚାଲୁ କରିବା ପାଇଁ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପରିସ୍ଥିତିରେ ଶିଶୁ ତଥା ଗର୍ଭବତୀ ମହିଳାଙ୍କର ସ୍ବତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି। ସେଥିପାଇଁ ଅଙ୍ଗନବାଡି କର୍ମିଙ୍କର ନିହାତି ଆବଶ୍ୟକତା ରହିଛି।
କରୋନା ନିୟମକୁ ଅନୁପାଳନ କରି ଅଙ୍ଗନବାଡି କର୍ମିମାନେ ସେମାନଙ୍କର କାମ କରିବା ପାଇଁ ମନ୍ତ୍ରୀ କହିଛନ୍ତି। ଆଜି ଭିଡିଓ କଂନଫ୍ରେସିଂ ମାଧ୍ୟମରେ ମନ୍ତ୍ରୀ ବିଭାଗୟୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ମମତା ଯୋଜନାରେ ପଂଜୀକରଣ ଅବଧୀକୁ ତିନିମାସରୁ ସାତ ମାସକୁ ବୃଦ୍ଧି କରିଛନ୍ତି। ବାହାରୁ ଆସୁଥିବା ମହିଳା ଏବଂ ଶିଶୁଙ୍କୁ ଧ୍ୟାନ ରଖିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।