ଦୈନିକ ଗୋମୁତ୍ର ପିଇଲେ, କରୋନାରେ ଆକ୍ରାନ୍ତ ହେବେ ନାହିଁ: ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର

Published: May 17, 2021, 9:38 pm IST

ଭୋପାଳ: ଗୋମୁତ୍ର କରୋନା ସଂକ୍ରମଣରୁ ରକ୍ଷା କରିପାରିବ। କରୋନାରେ ସଂକ୍ରମିତ ଫୁସଫୁସକୁ ଗୋମୁତ୍ର ଚିକିତ୍ସା ଦ୍ଵାରା ସୁସ୍ଥ କରାଯାଇପାରିବ। ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏଭଳି ଏକ ମନ୍ତବ୍ୟ ରଖିଛନ୍ତି।

ପ୍ରଜ୍ଞା କହିଛନ୍ତି ଯେ, ସେ ଦୈନିକ ଗୋମୁତ୍ର ପିଉଛନ୍ତି। ଯାହାଫଳରେ ସେ କରୋନା ଭୂତାଣୁ ଠାରୁ ରକ୍ଷା ପାଇଛନ୍ତି। ସେଥିପାଇଁ ଦୈନିକ ଗୋମୁତ୍ର ପିଇବାକୁ ସେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ତେବେ ପୂର୍ବରୁ ଗୋମୁତ୍ରକୁ ପିଇବା ଦ୍ଵାରା ଅନେକ ବଡ ବଡ ରୋଗ ଭଲ ହୋଇଥାଏ ବୋଲି ସେ ଦାବି କରିଛନ୍ତି। ଗୋମୁତ୍ର ଦ୍ଵାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ପ୍ରଜ୍ଞା କହିଛନ୍ତି। ସେ ଗୋମୁତ୍ର ପିଇ କ୍ୟାନ୍ସରକୁ ହରାଇଛନ୍ତି ବୋଲି ନିଜେ ଯୁକ୍ତି ବାଢିଛନ୍ତି। କିନ୍ତୁ ଗୋମୁତ୍ର ଦ୍ଵାରା କରୋନା ଆକ୍ରାନ୍ତ ସୁସ୍ଥ ହେବାକୁ ନେଇ ଏଯାଏଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ କୌଣସି ପ୍ରମାଣ ମିଳି ନାହିଁ।

Related posts