Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁପତ୍ର ତୋଳିବାକୁ ଯାଇ ମହିଳା ନିଖୋଜ: ଦୁଇ ଦିନ ପରେ ଜଙ୍ଗଲରୁ ଉଦ୍ଧାର କଲା ବନ ବିଭାଗ
ଆଜିର ଖବର

କେନ୍ଦୁପତ୍ର ତୋଳିବାକୁ ଯାଇ ମହିଳା ନିଖୋଜ: ଦୁଇ ଦିନ ପରେ ଜଙ୍ଗଲରୁ ଉଦ୍ଧାର କଲା ବନ ବିଭାଗ

May 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନିଜ ଝିଅ ଘରକୁ କେନ୍ଦୁପତ୍ର ତୋଳିବାକୁ ଯାଇ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଂଚଳର ଜନୈକା ମହିଳା ନିଖୋଜ ହେବାର ୨ ଦିନ ପରେ ହିତସରା ନିକଟସ୍ଥ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଜରିପାଳ ଗ୍ରାମର ଗୁରୁବାରୀ ନାମକ ଜନୈକା ହରିଜନ ମହିଳା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମ ନିଜ ଝିଅଘରକୁ ଆସି ଗତ ତା ୧୫ ତାରିଖରେ ଗ୍ରାମର କେତେଜଣ ମହିଳା ଓ ନିଜ ଝିଅ ସହ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଗୁରୁବାରୀ ନାଏକ ର ଝିଅ ତାକୁ ସମୟ ବହୁତ ହେଇଯିବ ଖରା ହେଉଛି କହି ଘରକୁ ଯିବାକୁ କହିଥିଲେ। ଝିଅ କଥାରେ ସେ ଜଙ୍ଗଲରୁ ଏକୁଟିଆ ଫେରିଆସୁଥିଲା ହେଲେ ଜଙ୍ଗଲ ମଧ୍ୟରେ ବାଟ ନ ପାଇ ଗତ ତା ୧୫ ତାରିଖରୁ ୧୭ ତାରିଖ ସଂଧ୍ୟା ଯାଏଁ ନିଖୋଜ ହୋଇଯାଇଥିଲେ। ବନ ବିଭାଗ ତଥା ଗ୍ରାମବାସୀ ଅକ୍ଳାନ୍ତ ପରିଶ୍ରମ କରି ତାକୁ ଖୋଜି ଖୋଜି ପାଇ ନ ଥିଲେ।

ଗତକାଲି ସଂଧ୍ୟା ପ୍ରାୟ ୫ଘ. ୩୦ ମିନିଟ୍ ସମୟରେ ହିତସରା ନିକଟସ୍ଥ ଲାଣ୍ଡିମାଳ ଜଙ୍ଗଲରୁ ମହିଳା ଜଣଙ୍କୁ ବନବିଭାଗ ଉଦ୍ଧାର କରିଥିଲା। ସେ ୨ ଦିନ ହେଲା କିଛି ବି ଖାଇ ନ ଥିଲେ ବୋଲି ବନବିଭାଗ ଆଗରେ ମହିଳା ଜଣଙ୍କ ପ୍ରକାଶ କରିଥିଲା। ବାଟଗାଁ ଫରେଷ୍ଟର ଅନିଲ କିସାନ୍ କିଛି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଥିଲେ। ରାତିରେ ସେ ଗଛ ମୂଳେ ଆଶ୍ରୟ ନେଉଥିବା ପ୍ରକାଶ କରିଥିଲା। ଭାଗ୍ୟକୁ ଘଂଚ ଜଙ୍ଗଲ ମଧ୍ୟରେ ମହିଳା ଜଣଙ୍କୁ କୈାଣସି ହିଂସ୍ରଜୀବ ଆକ୍ରମଣ କରି ନ ଥିଲା।

ମହିଳା ଜଣଙ୍କୁ ଅକ୍ଷତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିବାରୁ ପ୍ରଶଂସାର ପାତ୍ର । ହିତସରା ଅଂଚଳ ହାତୀମାନଙ୍କର ଚରା ଭୂଇଁ। ସେ ଯେଉଁ ଜଙ୍ଗରେ ୨ ରାତି ଅବସ୍ଥାନ କରିଥିଲେ ଭଗବାନ ତାଙ୍କୁ ସାହା ହୋଇଥିଲେ। ୨ ଦିନ କାଳ କିଛି ନ ଖାଇ ନ ପିଇ ସେ ଅତି ଦୁର୍ବଳ ହୋଇଯାଇଥିଲେ। ବନବିଭାଗ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡିଛି।

ବନ ବିଭାଗ ମହିଳା ନିଖୋଜ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.