Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାପକ ଅର୍ଥକାରବାର ଅଭିଯୋଗ: ସମୟ ପୂର୍ବରୁ ନିୟମିତ ହେଲେ ବାଲିକୁଦାର ଦୁଇ କନିଷ୍ଠ ଶିକ୍ଷକ, ତଦନ୍ତ ଦାବି
ଆଜିର ଖବର

ବ୍ୟାପକ ଅର୍ଥକାରବାର ଅଭିଯୋଗ: ସମୟ ପୂର୍ବରୁ ନିୟମିତ ହେଲେ ବାଲିକୁଦାର ଦୁଇ କନିଷ୍ଠ ଶିକ୍ଷକ, ତଦନ୍ତ ଦାବି

May 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ପ୍ରାଥମିକ ଶିକ୍ଷାଦାନରେ ଗୁଣାତ୍ମକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଶିକ୍ଷାସହାୟକ ନିଯୁକ୍ତ ୨୦୦୧ ମସିହାରୁ ପ୍ରଚଳନ ଅରମ୍ଭ କଲେ। ଜଣେ ଶିକ୍ଷାସହାୟକ ନିଷ୍ଠାର ସହ ତିନି ବର୍ଷ କାମ କଲେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇବେ ଓ ପୁଣି ତିନି ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଦେଖିବାକୁ ଗଲେ ଲଗାତାର ଛଅ ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି ବୋଲି ସୂଚନା ମିଳିଛି।

ଏହି କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ ଆବାହକ, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସଂପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ସଭ୍ୟ ରହିଥିବା ଜାଣିବାକୁ ମିଳିଛି। କମିଟିର ଅନୁମୋଦନ ପରେ ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସ୍ବାକ୍ଷରରେ ୨୨୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେବାର ତାଲିକା୦୩.୦୫.୨୧ରେ ପତ୍ର ସଂ.୧୦୪୭ରେ ପ୍ରକାଶପାଇଥିଲା। ବାଲିକୁଦା ବ୍ଲକ ୨୮ ଜଣ, ବିରିଡି ୧୭, ଏରସମା ୪୭, ଜଗତସିଂହପୁର ୧୬, ରଘୁନାଥପୁର ୧୭, କୁଜଙ୍ଗ ୪୬, ନାଉଗାଁ ବ୍ଲକ ୧୪ ଓ ତିର୍ତ୍ତୋଲ ବ୍ଲକର ୨୪ ଜଣ କନିଷ୍ଟ ଶିକ୍ଷକ ଅଛନ୍ତି। ବାଲିକୁଦା ବ୍ଲକର ୨୮ ଜଣଙ୍କ ମଧ୍ୟରୁ କ୍ରମିକ ନଂ ୧୭ରେ ଥିବା ମଧୁସ୍ମିତା ଦାସ ୧୦.୦୧.୨୦୧୫ରେ ଶିକ୍ଷାସହାୟକ ନିଯୁକ୍ତି ପାଇ ୨୨.୦୩.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି।

ଏଠାରେ ଶିକ୍ଷୟିତ୍ରୀ ଜଣକ ୭୨ ଦିନ ପୂର୍ବରୁ ନିୟମିତ ହୋଇ ୬୫ ହଜାର ଟଙ୍କା ଲାଭବାନ ହେବା ସହିତ ସେହିପରି ଉକ୍ତ ବ୍ଲକର ରୋଜାଲିନ ବେହେରା କ୍ରମିକ ନଂ.୨୨ ଶିକ୍ଷାସହାୟକ ନିଯୁକ୍ତି ୧୬.୦୨.୨୦୧୫ରେ ପାଇ ୧୬.୦୨.୨୦୧୮ରେ କନିଷ୍ଠ ମାନ୍ୟତା ପାଇବା ସହ ୧୦.୦୧.୨୦୨୧ରେ ନିୟମିତ ମାନ୍ୟତା ପାଇଛନ୍ତି। ଏଠାରେ ଶିକ୍ଷୟିତ୍ରୀ ଜଣକ ୪୦ ଦିନ ପୂର୍ବରୁ ନିୟମିତ ହୋଇ ୩୫ ହଜାର ଟଙ୍କା ଲାଭବାନ ହେବେ ବୋଲି ଜଣାପଡ଼ିଛି।

ଯଦି ଏପରି ଭୁଲ ହୋଇଛି ତେବେ ଏଥିପାଇଁ ପାଇଁ ଦାଇ କିଏ ? ଏପରି ଭୁଲ ବାରମ୍ବାର ହେଲେ ବି ଅଧିକାରୀ ନା ସଂପୃକ୍ତ କର୍ମଚାରୀ କାହାକୁ ଦାଇ ନକରିବା ନିୟମକୁ ଉଲଘଂନ କରିବାରେ ପ୍ରୋତ୍ସାହିତ କରୁଛି ବେଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ୨୦୦୫ ମସିହାରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ କେତେକଙ୍କୁ ଅନୁଗ୍ରହ ପୂର୍ବକ ସମୟ ପୁର୍ବରୁ ନିୟମିତ କରିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୁନ୍ୟ ହେଇଥିଲା।

ଏଥିପାଇଁ ବ୍ୟାପକ ଅର୍ଥକାରବାର ହୋଇଥିଲା ବୋଲି ଜଣେ ଶିକ୍ଷକ ନେତା ଦାବୀ କରିବା ସହିତ ବର୍ତ୍ତମାନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା କୁହାଯାଉଛି, ଯାହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

କନିଷ୍ଠ ଶିକ୍ଷକ ନିୟମିତ ବାଲିକୁଦା
Share. Facebook Twitter LinkedIn Email WhatsApp Copy Link

Related Posts

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026
Latest News

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.