Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: କରୋନା କଟକଣା ସତ୍ତ୍ୱେ ସଂଗ୍ରହ ହେଲା ୪୩ ୟୁନିଟ୍
ଆଜିର ଖବର

ବାଣପୁରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: କରୋନା କଟକଣା ସତ୍ତ୍ୱେ ସଂଗ୍ରହ ହେଲା ୪୩ ୟୁନିଟ୍

May 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟରେ କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି। ରକ୍ତର ଅଭାବ ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ଥିବା ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ଲକଡାଉନ ସମୟରେ ଲୋକେ ଘରେ ରହୁଥିବା ବେଳେ ରୋଗୀଙ୍କ ପାଇଁ ରକ୍ତର ବହୁତ ଆବଶ୍ୟକତା ପଡୁଛି। ତେବେ ଏଭଳି କଟକଣା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ତଦାନ କରୁଥିବା ବ୍ୟକ୍ତି ବହୁତ କମ ଦେଖିବାକୁ ମିଳନ୍ତି।

ତେଣୁ ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ସଂଗଠନ ରକ୍ତ ଦାନ ଶିବିର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ଵାମୀ ବିବେକାନନ୍ଦ ସେବା ସଂଘ, ବାଣପୁର, ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ଏବଂ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ରକ୍ତଦାନ ଶିବିର ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ନିୟମ ଉକ୍ତ ଶିବିର ପାଇଁ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ବହୁ ସଂଗଠନ ସହଯୋଗର ହାତ ବଢେଇଥିଲେ।

ସର୍ବପ୍ରଥମେ ମା’ ଶୂଳିଆ ଦେବୀ ସେବକ ସଂଘ, ବୋରିଗାଁର ସଦସ୍ୟ ମାନେ ରକ୍ତଦାନ ଶିବିର କେନ୍ଦ୍ରକୁ ସଫା କରିବା ସହ ସାଜଶଯ୍ୟା କରିଥିଲେ। ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ବାଣପୁର-ବାଲୁଗାଁ) ଶାଖା ଦ୍ଵାରା ରକ୍ତଦାନ ଶିବିର କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯାଇଥିଲା।

ଏହା ପରେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସାମାଜିକ ଦୁରତ୍ଵକୁ ଧ୍ୟାନ ଦେବା ସହ କ୍ରମାଗତ ସାନିଟାଇଜ ମଧ୍ୟ କରୁଥିଲେ। ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ଶଯ୍ୟାକୁ ସାନିଟାଇଜ କରାଯାଉଥିଲା। ଏଥିରେ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ର ସଦସ୍ୟମାନେ ଧ୍ୟାନପୂର୍ବକ ରକ୍ତ ସଂଗ୍ରହ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିଥିଲେ।

ତେବେ ଏହି ଶିବିର ପାଇଁ ଅଧିକ ଦାତା ସ୍ଵେଚ୍ଚାକୃତ ଭାବେ ରକ୍ତ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ନିୟମ ମୁତାବକ ନିର୍ଦ୍ଦିଷ୍ଟ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ ପାଇଁ ନିର୍ଦ୍ଦେଶ ରହିଥିଲା। ଫଳରେ କିଛି ରକ୍ତ ଦାତା ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ରକ୍ତଦାନ ଶିବିରରେ ମୋଟ ୪୩ ଟି ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ବାଣପୁର ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

 ଆଜିଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ ରାଷ୍ଟ୍ରପତି

February 2, 2026
Latest News

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶିବସେନା ନେତାଙ୍କ ଘଟଣାସ୍ଥଳରେ ମୃତ୍ୟୁ

February 2, 2026

ରୂପା ଦରରେ ୧.୩୪ ଲକ୍ଷ ହ୍ରାସ, ୧.୩୮ ଲକ୍ଷକୁ ଖସିଲା ସୁନା!

February 2, 2026

‘ଦେଶକୁ ଅପମାନ କରୁଥିବା ଲୋକ….’: ଏ.ଆର୍. ରହେମାନଙ୍କୁ ଟାର୍ଗେଟ କଲେ ନୀତେଶ ରାଣେ

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.