ଅଙ୍ଗନବାଡି କର୍ମଚାରୀଙ୍କୁ ଯୋଗାଇ ଦିଆଗଲା ଅକ୍ସିମିଟର ସହ ଥର୍ମାଲ ସ୍କାନର

Published: May 19, 2021, 3:32 pm IST
ରାଉରକେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି କର୍ମଚାରୀଙ୍କୁ କୋଭିଡ ଯୁଦ୍ଧରେ ସାମିଲ ହେବାକୁ ଆହ୍ବାନ ଦେବା ପରେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି। ଅଙ୍ଗନବାଡି ଏବଂ ଆଶାକର୍ମିମାନେ ଘରକୁ ଘର ବୁଲି ଲୋକଙ୍କର ସ୍ବାସ୍ଥ୍ୟ ଉପରେ ସର୍ଭେ କରିବେ। ସେଥିପାଇଁ ସମସ୍ତ ଅଙ୍ଗନବାଡି କର୍ମିଙ୍କୁ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି।
ସୁନ୍ଦରଗଡ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ଗୋଟିଏ ଅକ୍ସିମିଟର ଏବଂ ଥର୍ମାଲ ସ୍କାନର ପ୍ରଦାନ କରାଯାଇଛି। ଯଦି ଗ୍ରାମାଞ୍ଚଳରେ କାହାର ଦେହ ଖରାପ ଥିବ ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଉପକରଣ ମାଧ୍ୟମରେ ସେମାନେ ରିପୋର୍ଟ ନେଇପାରିବେ। କରୋନାର କିଛି ଲକ୍ଷଣ ପରିଲକ୍ଷିତ ହେଲେ ତାଙ୍କୁ ତୁରନ୍ତ ପରୀକ୍ଷା କରିବା ପାଇଁ ସାହାର୍ଯ୍ୟ କରିବା ସହ କ୍ବାରଣ୍ଟାଇନରେ ରହିବା ପାଇଁ ଉପଦେଶ ଦେବେ। ଫଳରେ ଗ୍ରାମାଞ୍ଚଳରେ କରୋନା ସଂକ୍ରାମଣକୁ ଏହା ରୋକିବାରେ ସାହାଯ୍ୟ କରିପାରିବ।

Related posts