ସନ୍ଦେହ ଲାଗିଲେ ଘରେ କରିପାରିବେ କରୋନା ପରୀକ୍ଷା, ଆଇସିଏମଆର ଦେଲା ଅନୁମତି

Published: May 20, 2021, 5:49 pm IST

ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ଟେଷ୍ଟ କରିବା ପାଇଁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବା ନାହିଁ। ଏଣିକି ଆପଣମାନେ ଘରେ ବସି ଟେଷ୍ଟ କରି ଜାଣିପାରିବେ ପଜେଟିଭ ନା ନେଗେଟିଭ। ଏହି ପରୀକ୍ଷା ପାଇଁ ବାହାରିଥିବା କିଟ୍ କୁ ଆଜି ଆଇସିଏମଆର ଅନୁମତି ପ୍ରଦାନ କରିଛି।

ତେବେ ଏହି କିଟ୍ ଭାରତର ଏକମାତ୍ର କଂପାନୀ ପ୍ରସ୍ତୁତ କରିଛି ଯାହାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସେହି କଂପାନୀ ହେଲା ପୁନେସ୍ଥିତ ମାଇଁ ଲାବ ଡିସକଭରୀ ସଲ୍ୟୁସନ ଲିମିଟେଡ। ଏହି କଂପାନୀ ଦ୍ବାରା ପ୍ରସ୍ତୁତ କୋଭିସେଲ୍ଫ କିଟ ମାଧ୍ୟମରେ ଲୋକମାନେ ଘରେ ଏହି ଟେଷ୍ଟ କରିପାରିବେ।

Related posts