ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୮୮୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: May 21, 2021, 8:07 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୫୫୯, ସୁନ୍ଦରଗଡରୁ ୧୪୪୦, କଟକରୁ ୮୮୩, ଅନୁଗୁଳରୁ ୫୨୨, ସମ୍ବଲପୁରରୁ ୪୫୫, ବରଗଡରୁ ୪୧୧, ମୟୂରଭଞ୍ଜରୁ ୩୮୫, କଳାହାଣ୍ଡିରୁ ୩୬୮, ନୟାଗଡରୁ ୩୪୭, ପୁରୀରୁ ୩୩୩, ଗଞ୍ଜାମରୁ ୩୧୧, ବାଲେଶ୍ବରରୁ ୩୦୩, ନୂଆପଡାରୁ ୬୦୩, ନବରଙ୍ଗପୁରରୁ ୨୮୪, ଜଗତସିଂହପୁରରୁ ୨୬୩, ଝାରସୁଗୁଡାରୁ ୨୬୨, ଭଦ୍ରକରୁ ୨୩୧, ବଲାଙ୍ଗୀରିରୁ ୧୯୮, ଢେଙ୍କାନାଳରୁ ୧୯୬, ସୋନପୁରରୁ ୧୯୪, ରାୟଗଡାରୁ ୧୮୩, କେନ୍ଦୁଝରରୁ ୧୭୬, କୋରାପୁଟରୁ ୧୭୫, ବୌଦ୍ଧରୁ ୧୫୧, କେନ୍ଦ୍ରାପଡାରୁ ୧୩୭, ଯାଜପୁରରୁ ୧୧୯, କନ୍ଧମାଳରୁ ୧୦୯, ଦେବଗଡରୁ ୧୦୮, ଗଜପତିରୁ ୮୪, ମାଲକାନଗିରିରୁ ୫୯ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୬୭ ହଜାର ୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୪୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୩୦ କୁ ବୃଦ୍ଧି ହୋଇଛି।

Related posts