କରୋନା ଲଢେଇ: ଲୋକଙ୍କ ଆଗରେ ଢାଲ ହୋଇ ଛିଡା ହୋଇଥିବା ୪୨୦ ଡାକ୍ତର ହାରିଛନ୍ତି ଯୁଦ୍ଧ

Published: May 22, 2021, 11:49 am IST

ନୂଆଦିଲ୍ଲୀ: କରୋନା ଭୂତାଣୁର ପ୍ରକୋପ ସମଗ୍ର ଦେଶରେ ଜାରି ରହିଛି। କରୋନା ସଙ୍କଟରେ ଲୋକଙ୍କ ଢାଲ ହୋଇ ଛିଡା ହୋଇଥିବା ଡାକ୍ତରମାନଙ୍କର ମଧ୍ୟ ଏଥିରେ ଜୀବନ ଯାଉଛି। କରୋନା ଭୂତାଣୁର ଦ୍ଵିତୀୟ ଲହରୀରେ ୪୨୦ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି।

ସର୍ବାଧିକ ୧୦୦ ଜଣ ଡାକ୍ତର ଦିଲ୍ଲୀରେ ପ୍ରାଣ ହରାଇଥିବା ବେଳେ ବିହାରରେ ୯୬ ଜଣ, ଉତ୍ତରପ୍ରଦେଶରେ ୪୧ ଜଣ, ଗୁଜୁରାଟରେ ୩୧ ଜଣ, ଆନ୍ଧ୍ରପ୍ରଦେଶରେ ୨୬ ଜଣ, ମହାରାଷ୍ଟ୍ରରେ ୧୫ ଜଣ, ମଧ୍ୟପ୍ରଦେଶରେ ୧୩ ଜଣ, ଆସାମରେ ୩ ଜଣ, ଗୋଆରେ ୨ ଜଣ, ଏବଂ ହରିୟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ପଞ୍ଜାବ ଏବଂ ପୁଡୁଚେରୀରେ ଜଣେ ଲେଖାଏଁ ଡାକ୍ତର ଏହି କରୋନା ଯୁଦ୍ଧରେ ହାରିଯାଇଛନ୍ତି।

Related posts