ଜଣେ ବ୍ୟକ୍ତିଙ୍କ ମତାମତ ନେଇ ବନ୍ଦଗୃହରେ ବିଜେପି ଇସ୍ତାହାର ପ୍ରସ୍ତୁତ ହୋଇଛି : ରାହୁଲ

Published: Apr 9, 2019, 11:07 am IST
rahul gandhi criticized bjp's manefesto

ସୋମବାର ବିଜେପି ପକ୍ଷରୁ ନିଜର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଇଥିଲା। ଏହା ଉପରେ କଂଗ୍ରେସ ପକ୍ଷରୁ ବିଭିନ୍ନ ନେତା ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଏହି ଇସ୍ତାହାରକୁ ସମାଲୋଚନା କରିଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି, ବିଜେପିର ଇସ୍ତାହାର ବନ୍ଦଗୃହରେ ଜଣେ ବ୍ୟକ୍ତିଙ୍କ ମତ ନେଇ ପ୍ରସ୍ତୁତ କରାଯାଇଛି ଯେତେବେଳେକି କଂଗ୍ରେସର ଇସ୍ତାହାର ଜନସାଧାରଣଙ୍କ ମତାମତ ନେଇ ପ୍ରସ୍ତୁତ କରାଯାଇଛି। କୋଟି କୋଟି ଭାରତୀୟଙ୍କ ମତକୁ ନେଇ ଏହା ପ୍ରସ୍ତୁତ କରାଯାଇଥିବାରୁ ଏହା ବେଶ୍ ଶକ୍ତିଶାଳୀ ବୋଲି ରାହୁଲ କହିଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ସମାଲୋଚନା କରିଛନ୍ତି ରାହୁଲ। ଗତକାଲି କଂଗ୍ରେସ ପକ୍ଷରୁ ବିଜେପିର ଇସ୍ତାହାରକୁ ଅତି ନିମ୍ନମାନର ଓ ଅହଙ୍କାର ପୂର୍ଣ୍ଣ ବୋଲି କହିବା ସହିତ ଏହାକୁ ଧୋକା ପତ୍ର ବୋଲି କହିଥିଲା କଂଗ୍ରେସ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts