
ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା କରାଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୭୮୨ ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛନ୍ତି। କ୍ରମାଗତ ପଞ୍ଚମ ଦିନରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି। ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯ କୋଟି ୫୦ ଲକ୍ଷ ୪ ହଜାର ୧୮୪ ଡୋଜ ଟୀକା ଦିଆଯାଇଛି।