Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ : କେନ୍ଦ୍ର ପିଟିସନ୍‌କୁ ନିର୍ମୋହୀ ଆଖଡାର ଚ୍ୟାଲେଞ୍ଜ
ଆଜିର ଖବର

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ : କେନ୍ଦ୍ର ପିଟିସନ୍‌କୁ ନିର୍ମୋହୀ ଆଖଡାର ଚ୍ୟାଲେଞ୍ଜ

April 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ କେନ୍ଦ୍ର ସରକାରଙ୍କ ଯାଚିକାକୁ ନେଇ ନିର୍ମୋହି ଆଖଡା ବିରୋଧ କରିଛି। ଏହି ଜମି ମାମଲା ବିଚାରାଧୀନ ଥିବାବେଳେ ବିବାଦୀୟ ସ୍ଥଳ ଆଖପାଖରେ ରହିଥିବା ନିର୍ବିବାଦୀୟ ଜାଗାଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଚ୍ୟାଲେଞ୍ଜ କରିଛି ନିର୍ମୋହୀ ଆଖଡ଼ା। ଏ ନେଇ ନିର୍ମୋହୀ ଆଖଡ଼ା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ଗତ ଜାନୁୟାରୀରେ ସରକାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ବିବାଦୀୟ ସ୍ଥଳ ନିକଟ ଅଞ୍ଚଳରେ ଥିବା  ପାଖାପାଖି ୬୭ ଏକର ଜାଗାକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ। ଉକ୍ତ ଜାଗାଗୁଡ଼ିକ ନିର୍ବିବାଦୀୟ ବୋଲି ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ଜାଗା ମଧ୍ୟରୁ ରାମ ଜନ୍ମଭୂମି ନ୍ୟାସର ୪୨ ଏକର ରହିଛି। କିନ୍ତୁ ନିର୍ମୋହୀ ଆଖଡ଼ା କେନ୍ଦ୍ର ସରକାରଙ୍କ ପିଟିଶନକୁ ବିରୋଧ କରିଛି। ଆଲ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ତିନି ଭାଗରେ ବାଣ୍ଟ କରିଥିଲେ। ସୂଚନାଯୋଗ୍ୟ, ୨.୭୭ଏକର ଜମିରୁ ରାମଲଲାଙ୍କ ପାଇଁ ଗୋଟିଏ ଭାଗ ଓ ଦ୍ବିତୀୟଭାଗ ନିର୍ମୋହୀ ଆଖଡାକୁ ଦିଆଯାଇଥିବାବେଳେ ତୃତୀୟଭାଗକୁ ସୁନ୍ନୀ ବୋର୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜମି ଭାଗବଣ୍ଟାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ଏହି ଜମି ଉପରେ ରୋକ୍‌ ଲଗାଯାଇଥିଲା। ଏବେବି ଏହି ବିବାଦୀୟ ଜମି ସୁପ୍ରିମ୍‌କୋର୍ଟଙ୍କ ବିଚରାଧୀନ ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

ayodhya dispute land thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୨ ତାରିଖରେ ସାତୋଟି ରାଶିର ଲୋକଙ୍କ ପାଇଁ ରହିଛି ବିପଦ

August 12, 2026

ଜିଲ୍ଲାପାଳଙ୍କ ଅଫିସ୍‌ରେ କୀଟନାଶକ ପିଇଲେ ବ୍ୟକ୍ତି

August 12, 2026

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ

August 11, 2026

ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାସ୍ତାରେ ଜଳିଲା ଟାୟାର, ଭାପୁରରେ ଉତ୍ତେଜନା

August 11, 2026

ଭଗବତୀ ମନ୍ଦିରର ଉନ୍ନତିକରଣ ଉପରେ ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.