Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ “ୟାଶ୍‌”- ସିଇସି
ଆଜିର ଖବର

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ “ୟାଶ୍‌”- ସିଇସି

May 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍‌” ଉତ୍ତର-ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।

ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି। ସଦ୍ୟତମ ବିଶ୍ଳେଷଣ ଅନୁଯାୟୀ ଏହି ଘୂର୍ଣ୍ଣିଝଡର ଅବସ୍ଥିତି ମଙ୍ଗଳବାର ୫.୩୦ ସୁଦ୍ଧା ପାରାଦ୍ୱୀପରୁ ୧୪୦ କି.ମି ଦୂରରେ ରହିଥିବାବେଳେ ମେ ୨୬ ତାରିଖ ସକାଳ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ନିକଟବର୍ତ୍ତୀ ଅଂଚଳ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପବନର ବେଗ ମଧ୍ୟ ମେ ୨୬ ତାରିଖ ରାତି ପର୍ଯ୍ୟନ୍ତ ଜାରିରହିବ ବୋଲି ସେ କହିଛନ୍ତି।

ତେବେ ଏହାର ମଡେଲ୍ ଘଂଟାକୁ ଘଂଟା ପରିବର୍ତ୍ତନ ହେଉଥିବାରୁ ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି। ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେହି ସ୍ଥାନରେ ପରିବର୍ତ୍ତନ ହୋଇପାରେ ବୋଲି କହିବା ସହ ସୋମବାର ଅପରାହ୍ନରୁ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଘଂଟା ପ୍ରତି ୩୫ ରୁ ୫୦ କି.ମି ହେବ ବୋଲି ଡ. ସାହୁ କହିଛନ୍ତି।

ସେହିପରି ମଙ୍ଗଳବାର ସକାଳୁ ଜଗତସିଂହପୁର ଅଂଚଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାବେଳେ ମେ ୨୬ ତାରିଖ ଅପରାହ୍ନରୁ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପବନର ବେଗ ବଢ଼ିବ। ଏହି ଘୂର୍ଣ୍ଣିଝଡ ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ପବନର ବେଗ କମିବ ବୋଲି ସେ କହିଛନ୍ତି।

ସୋମବାର ଅପରାହ୍ନରୁ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ଜାରି ହେବାକୁ ଥିବାବେଳେ କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଢ଼େଙ୍କାନାଳ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପଶ୍ଚିମରୁ ଉତ୍ତରାଂଚଳକୁ ପ୍ରବାହିତ ହେଉଥିବା ପବନ ଖୁବ୍‌ ଶକ୍ତ ଏବଂ ଏହା ବଙ୍ଗଳା ଦେଶ ଏବଂ ପୂର୍ବ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ୨୫ ତାରିଖ ରାତିରୁ ପ୍ରଭାବ ପକାଇବ ବୋଲି ଡ. ସାହୁ କହିବା ସହ ଘୂର୍ଣ୍ଣିଝଡ ଘନୀଭୂତ ହେବାବେଳେ ପବନର ବେଗ ମଧ୍ୟ ଅତୀ ତୀବ୍ର ହେବବୋଲି ସେ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Latest News

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.