ଏସ୍ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା :ସିବିଆଇକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମ୍‌କୋର୍ଟ

Published: Apr 9, 2019, 3:07 pm IST

ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌(ଏସ୍‌ଏସ୍‌ସି) ପ୍ରବେଶିକା ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ କୋର୍ଟ। ୨୦୧୭ରେ ହୋଇଥିବା ଏସଏସ୍‌ସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମଙ୍ଗଳବାର ଦିନ ମାମଲା ସିବିଆଇକୁ ହସ୍ତାନ୍ତର କରିବା ସହିତ ମାମଲାର ଆଗାମୀ ଶୁଣାଣି ଏପ୍ରିଲ୍‌ ୧୧ ତାରିଖରେ ହେବ ବୋଲି କହିଛନ୍ତି। ସର୍ବୋଚ୍ଚ କୋର୍ଟ ଏପ୍ରିଲ୍‌ ୧ରେ ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କୁ ପୁନଃ ପରୀକ୍ଷଣର ଫଳାଫଳ ଘୋଷଣା କରିବା ପାଇଁ ଆଦେଶ ଦେଇଥିଲେ। ମାର୍ଚ୍ଚ ୯, ୨୦୧୮ରେ  ପୁନଃ ପରୀକ୍ଷଣ କରାଯାଇଥିଲା। ଏହା ସହିତ କୋର୍ଟ ଏସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କ ଉପରେ ନିରାଶ ବ୍ୟକ୍ତ କରିଥିଲେ। ସର୍ବୋଚ୍ଚ କୋର୍ଟ କହିଥିଲେ କି, ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ଅସୁବିଧାର ସମ୍ମୁଖୀନ ହେବା ଆଦୌ ଗ୍ରହଣୀୟ ନୁହେଁ।

Related posts