Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’
ଆଜିର ଖବର

ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ ‘ଦୁର୍ଗା’

March 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ 'ଦୁର୍ଗା'
ଜୀ-ସାର୍ଥକରେ ମହା ଡବଲ୍ ପ୍ରିମିୟର୍: ଆସନ୍ତାକାଲି ଦେଖନ୍ତୁ ନାରୀ ସଂଘର୍ଷର ଅପୂର୍ବ କାହାଣୀ 'ଦୁର୍ଗା'

ଭୁବନେଶ୍ଵର: ଓଡ଼ିଶାର ଘରେ ଘରେ ପରିଚିତ ତଥା ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ-ସାର୍ଥକ’ ପକ୍ଷରୁ ଦର୍ଶକଙ୍କ ପାଇଁ ଏକ ଚମତ୍କାର ଭେଟି। ନିଜର ଉନ୍ନତ ବିଷୟବସ୍ତୁ ଓ ନିଛକ କାହାଣୀ ପାଇଁ ହୃଦୟ ଜିତିଥିବା ଏହି ଚ୍ୟାନେଲରେ ଆସନ୍ତାକାଲି (ରବିବାର) ଦିନ ବଳିଷ୍ଠ ସାମାଜିକ ତଥା କୋର୍ଟରୁମ୍ ଡ୍ରାମା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦୁର୍ଗା’ର ମହା ଡବଲ୍ ପ୍ରିମିୟର୍ ହେବାକୁ ଯାଉଛି। ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ଚଳଚ୍ଚିତ୍ରଟି ଗୋଟିଏ ଦିନରେ ଡବଲ୍ ପ୍ରିମିୟର୍ ଅର୍ଥାତ, ଦିନ ୨ଟାରେ ଏବଂ ପୁଣିଥରେ ସନ୍ଧ୍ୟା ୬:୩୦ରେ ପ୍ରସାରିତ ହେବ।

‘ଦୁର୍ଗା’ ହେଉଛି ଏକ ଗାଉଁଲି ଝିଅର ସଂଘର୍ଷମୟ ଜୀବନ କାହାଣୀ, ଯିଏ ପରସ୍ଥିତିରେ ପଡି ସହରର ଏକ ପ୍ରଭାବଶାଳୀ ବ୍ୟକ୍ତି ସହ ବିବାହ କରିଛି । ହେଲେ ବିବାହ ପରେ ତ ଜୀବନରେ ଘୋଟି ଆସେ ଏକ କଳା ବାଦଲ, ନିଜ ସନ୍ତାନକୁ ହତ୍ୟା କରିବାର ମିଥ୍ୟା ଆରୋପରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ନ୍ୟାୟ ପାଇଁ ଆରମ୍ଭ ହୁଏ ଏକ ଅଦ୍ଭୁତ ଲଢ଼େଇ। ଏଥିରେ ନେଗେଟିଭ୍ ଚରିତ୍ର ‘ରାଣା’ ଭୂମିକାରେ ରାଜ୍ ରାଜେଶ, ସଙ୍ଗୀତଜ୍ଞ ‘ଶଙ୍କର’ ଭୂମିକାରେ ଅଭିଷେକ ଗିରି ଏବଂ ଦୁର୍ଗାକୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଥିବା ସାହସୀ ଓକିଲ ‘ଅର୍ଚ୍ଚନା’ ଭୂମିକାରେ ପ୍ରସିଦ୍ଧ ଅଭିନେତ୍ରୀ ଇଶା ତଲୱାର ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି।

'ଦୁର୍ଗା' ଅପୂର୍ବ କାହାଣୀ ଜୀ ସାର୍ଥକ ନାରୀ ସଂଘର୍ଷ ୱାର୍ଲଡ ଟେଲିଭିଜନ ପ୍ରିମିୟର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 16, 2026

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ମନା

April 15, 2026
Latest News

ଆଜି ୧୬ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 16, 2026

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ମନା

April 15, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.