Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାଲୁଙ୍କ ଜାମିନ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ସିବିଆଇ
ଆଜିର ଖବର

ଲାଲୁଙ୍କ ଜାମିନ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ସିବିଆଇ

April 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରିଛି ସିବିଆଇ। ସିବିଆଇ ପକ୍ଷରୁ ସୁ୍ପ୍ରିମ୍‌କୋର୍ଟରେ ଲାଲୁଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଛନ୍ତି। ଆରଜେଡିର ମୁଖ୍ୟ ଭାବରେ ସେ ନିର୍ବାଚନରେ ଉପସ୍ଥିତ ରହିବା ନିତାନ୍ତ ଆବଶ୍ୟକ ବୋଲି ସର୍ବୋଚ୍ଚ କୋର୍ଟକୁ ନିଜ ଆବେଦନରେ କହିଛନ୍ତି। ସିବିଆଇ ପ୍ରସାଦଙ୍କ ଜାମିନ ମାମଲାରେ ନିଜର ପକ୍ଷ ରଖି କହିଛି, ଯଦି ଲାଲୁ ଜାମିନରେ ବାହାରକୁ ଯାଆନ୍ତି ତେବେ ରାଜନୈତିକ ପ୍ରସଙ୍ଗରେ ଜଡିତ ହେବା ସହିତ ଜାମିନର ଅନୈତିକ ଫାଇଦା ଉଠାଇବାର ସମ୍ଭାବନା ରହିଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଲାଲୁ ବିଗତ ୮ ମାସ ଧରି ଡାକ୍ତରଖାନାରେ ରହି ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସେହିପରି ସିବିଆଇ ପକ୍ଷରୁ ପ୍ରଶ୍ନ ଉଠାଯାଇଛି ଯେ, ଯଦି ଲାଲୁ ବିଗତ ୮ ମାସ ଧରି ସମ୍ପୂର୍ଣ୍ଣ ଅସୁସ୍ଥ ରହିଥିଲେ ତେବେ ହଠାତ ନିର୍ବାଚନ ପ୍ରଚାର ପାଇଁ କିପରି ସୁସ୍ଥ ହୋଇଗଲେ। ତେବେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶେଷ ନିଷ୍ପତ୍ତି ଗ୍ରହଣ କରିବେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Share. Facebook Twitter LinkedIn Email WhatsApp Copy Link

Related Posts

ଫସଲ ବୀମା ଯୋଜନାରେ ଅଧିକ ଚାଷୀଙ୍କ ସାମିଲ ପାଇଁ ସରକାରଙ୍କ ଗୁରୁତ୍ୱ

July 3, 2026

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026

ଏ ମାସ ଶେଷ ସୁଦ୍ଧା ବୋର୍ଡ, ନିଗମ ଘୋଷଣା

July 3, 2026

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

July 2, 2026
Latest News

ଗ୍ୟାସ ସଙ୍କଟ ପଛର କାହାଣୀ: ଯୋଗାଣ ବାଧାରେ ବଜାର ଅସ୍ଥିର

July 3, 2026

ୟୁଜରନେମ୍ ଫିଚରକୁ ନେଇ ବଢ଼ୁଛି ବିବାଦ, ହ୍ୱାଟସଆପ୍ ପରେ ଟେଲିଗ୍ରାମ ଓ ସିଗନାଲକୁ ସରକାରଙ୍କ ନୋଟିସ୍

July 3, 2026

ଫସଲ ବୀମା ଯୋଜନାରେ ଅଧିକ ଚାଷୀଙ୍କ ସାମିଲ ପାଇଁ ସରକାରଙ୍କ ଗୁରୁତ୍ୱ

July 3, 2026

ବିସ୍ତୃତ ରାଶିଫଳ: ଜୁଲାଇ ୩ ତାରିଖ ଶୁକ୍ରବାର ଦିନ ୭ଟି ରାଶିର ଲୋକଙ୍କ ଖୋଲିବ ଭାଗ୍ୟ

July 3, 2026

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.