୪୬ ଦିନ ପରେ କରୋନା ମାମଲା ସବୁଠାରୁ କମ: ଲଗାତର ୧୭ ଦିନ ଯାଏଁ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ

Published: May 30, 2021, 10:51 am IST

ନୂଆଦିଲ୍ଲୀ: ଗତ ୪୬ ଦିନ ପରେ କରୋନା ମାମଲା ସବୁଠାରୁ କମ ରହିଛି। ଏହାସହ ଲଗାତର ୧୭ ଦିନ ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୮ ଲକ୍ଷ ୯୪ ହଜାର ୮୦୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର ୯୭୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୧ ଲକ୍ଷ ୧୪ ହଜାର ୫୦୮ ଆକ୍ଟିଭ୍‌ କେସ୍ ରହିଛି।

Related posts