ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୬୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୫୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୭୦ ହଜାର ୫୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧ ହଜାର ୬୬୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି।
ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୩୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯୭୪ ଜଣ, କଟକ ଜିଲ୍ଲାରୁ ୫୯୩, ଅନୁଗୁଳ ଜିଲ୍ଲାରୁ ୫୦୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୪୫୨ ଜଣ, ବରଗଡ ଜିଲ୍ଲାରୁ ୨୭୯ ଜଣ, ଭଦ୍ରକ ଜିଲ୍ଲାରୁ ୧୧୭, ବଲାଙ୍ଗୀରି ଜିଲ୍ଲାରୁ୧୧୯, ବୌଦ୍ଧ ଜିଲ୍ଲାରୁ ୨୦୯, ଦେବଗଡ ଜିଲ୍ଲାରୁ ୫୫, ଢେଙ୍କାନାଳ ଜିଲ୍ଲାରୁ ୪୦୭ ଜଣ, ଗଜପତି ଜିଲ୍ଲାରୁ ୮୫ ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୦ ଜଣ, ଯାଜପୁର ଜିଲ୍ଲାରୁ ୩୫୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୧୧ ଜଣ, କଳାହାଣ୍ଡିରୁ ୧୬୨ ଜଣ, କନ୍ଧମାଳ ଜିଲ୍ଲାରୁ ୯୦ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩୩୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ ଜଣ, କୋରାପୁଟ ଜିଲ୍ଲାରୁ ୧୯୮ ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୩୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୫ ଜଣ, ନୟାଗଡ ଜିଲ୍ଲାରୁ ୨୮୩ ଜଣ, ନୂଆପଡା ଜିଲ୍ଲାରୁ ୫୩ ଜଣ, ପୁରୀ ଜିଲ୍ଲାରୁ ୪୦୫ ଜଣ, ରାୟଗଡା ଜିଲ୍ଲାରୁ ୧୪୮ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦୪ ଜଣ, ସୋନପୁର ଜିଲ୍ଲାରୁ ୧୨୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୬୫ ଜଣ ଏବଂ ଷ୍ଟେଟ ପୁଲରୁ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।