ଯେକୌଣସି ସ୍ଥାନରୁ ଯୌତୁକ ଜନିତ ମାମଲା ଦାୟର କରିପାରିବେ ମହିଳା

Published: Apr 9, 2019, 4:19 pm IST

ଶାଶୁଘରେ ଯୌତୁକ ପାଇଁ ଘରୋଇ ହିଂସାରେ ନିର୍ଯ୍ୟାତିତା ହେଉଥିବା ମହିଳାମାନଙ୍କ ପାଇଁ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁ ମହିଳାମାନଙ୍କୁ ଶାଶୁଘରୁ ବାହାର କରାଯାଉଛି, ଯେଉଁ ମହିଳାମାନେ ଶାଶୁଘର ଲୋକଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି, ଘର ଛାଡି ଯିବାକୁ ବାଧ୍ୟ ହେଉଛନ୍ତି ସେହିପରି ମହିଳାମାନେ କେବଳ ବିବାହ ସ୍ଥଳରେ ହିଁ ମାମଲା ରୁଜୁ କରିପାରିବେ ନାହିଁ ବରଂ ସେ ଯେକୌଣସି ସ୍ଥାନରୁ ମାମଲା ରୁଜୁ କରି ପାରିବେ। ସୁପ୍ରିମ୍‌କୋର୍ଟର ମୁଖ୍ୟ ନ୍ୟାୟଧୀଶ ରଞ୍ଜନ ଗୋଗେଇଙ୍କ ଦ୍ବାରା ଖଣ୍ଡିତ ଖଣ୍ଡପୀଠ ଏହି ମମାଲାର ଶୁଣାଣି କରି କହିଛନ୍ତି ଯେ, ପୀଡିତ ମହିଳା ଆଇପିସି ଧାରା ୪୯୮ ଏ ଆଧାରରେ କୌଣସୀ ନିକଟତମ ଥାନାରେ ଅଭିଯୋଗ କରି ପାରିବେ। ୪୯୮ ଏ ଏବଂ ଘରୋଇ ହିଂସା ନିରୋଧକ ଆଇନ ମହିଳାଙ୍କୁ ଶାଶୁଘରେ ହେଉଥିବା ଉତ୍ପୀଡନାରୁ ରକ୍ଷା କରିବା ପାଇଁ କରାଯାଇଛି। ମହିଳା ଜଣକ ନିଜ ବାପ ଘରେ ରୁହନ୍ତୁ କିମ୍ବା ଶାଶୁଘରେ ସେ ଯେକୌଣସି ସ୍ଥାନରୁ ଅଭିଯୋଗ କରି ପାରିବେ ଏବଂ ସେହି ସ୍ଥାନରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବେ। ଏହି ମାମଲାରେ ଯୌତୁକ ନିର୍ଯ୍ୟାତନା, କ୍ରୂରତା, ମାରପିଟ, ଗାଳି ଗୁଲଜ କରିବା ଆଦି ସାମିଲ ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

 

Related posts