
ନୂଆଦିଲ୍ଲୀ, CBSE 12ଶ ପରୀକ୍ଷା ବର୍ତ୍ତମାନ ପରିସ୍ଥିତିରେ ହେବ କି ନାହିଁ ସେ ନେଇ ଆଜି ହୋଇପାରେ ନିଷ୍ପତ୍ତି। କାରଣ ଆଜି ଏ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ରହିଛି। ଗତ ଶୁକ୍ରବାର ଦିନ ଏ ନେଇ ଶୁଣାଣି ଚାଲିଥିଲା। ହେଲେ ଆବେଦନକାରୀ କେତେକ ପ୍ରମାଣ ଦେଇ ନ ଥିବାରୁ ତାହା ସୋମବାର ଦିନ 11ଟାରେ ଶୁଣାଣି ହେବ ବୋଲି କୋର୍ଟ ଜଣାଇଥିଲେ। ସେହି ଅନୁସାରେ ଆଜି ଏ ନେଇ ବିଚାରପତି ଏ ଏମ ଖାନୱାଲକର ଏବଂ ଦିନେଶ ମାହେଶ୍ବରୀ ଡିଭିଜନ ବେଞ୍ଚରେ ଶୁଣାଣି ହେବ।
Tags: CBSE 12th, ସିବିଏସଇ ପରୀକ୍ଷା