ପଞ୍ଜାବ କଂଗ୍ରେସରେ ଦେଖାଗଲା ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ୨୪ ବିଧାୟକଙ୍କ ଦିଲ୍ଲୀ ଗସ୍ତ

Published: May 31, 2021, 1:09 pm IST

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଏବେ ପଞ୍ଜାବରେ ଏକ ରାଜନୈତିକ ସଙ୍କଟ ଆରମ୍ଭ ହୋଇଯାଇଛି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପଞ୍ଜାବ କଂଗ୍ରେସରେ ଏବେ ଦୁଇ ଭାଗ ସ୍ଥିତି ସୃଷ୍ଟି ହୋଇଛି। ଏପରିକି ସ୍ଥିତିକୁ ସମ୍ଭାଳିବା ପାଇଁ ଦଳର ହାଇକମାଣ୍ଡ ଦଖଲ ଦେଇଛନ୍ତି। ସେଠାରେ ସମସ୍ତ ବିଧାୟକ, ମନ୍ତ୍ରୀମାନେ ଏକ ତିନି ଜଣିଆ କମିଟି ସହ ଆଲୋଚନା କରିବେ। ଯାହା ନିଜ ନିଜର ସମସ୍ୟା ବିଷୟରେ ସେମାନଙ୍କୁ ଜଣାଇବେ।

କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଝାଖଡ, ମନ୍ତ୍ରୀ ଚରଣଜୀତ ଚନ୍ନୀ, ସୁଖଜିନ୍ଦର ସିଂହଙ୍କ ସମେତ ପାଖାପାଖି ୨୪ ଜଣ ବିଧାୟକ ଏନେଇ ଦିଲ୍ଲୀ ପହଞ୍ଚିଯାଇଛନ୍ତି। ନିର୍ବାଚନରେ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ କରି ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ସମସ୍ତେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଲଗାତର ପ୍ରଶ୍ନ କରିଆସୁଥିଲେ।

Related posts