ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାର ୪୦୫  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: May 31, 2021, 5:53 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୪୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୪୯, କଟକରୁ ୯୫୪, ଅନୁଗୁଳରୁ ୯୦୮, ସୁନ୍ଦରଗଡରୁ ୭୦୫, ମୟୂରଭଞ୍ଜରୁ ୫୬୪, ଯାଜପୁରରୁ ୪୯୫, ଭଦ୍ରକରୁ ୪୮୨, ପୁରୀରୁ ୪୭୨, ସମ୍ବଲପୁରରୁ ୩୫୪, ବରଗଡରୁ ୩୩୧, ଜଗତସିଂହପୁରରୁ ୩୦୯,  କେନ୍ଦ୍ରାପଡାରୁ ୩୦୫, ବଲାଙ୍ଗୀରିରୁ ୨୭୪, ନବରଙ୍ଗପୁରରୁ ୨୫୫, କୋରାପୁଟରୁ ୨୫୧, ଗଞ୍ଜାମରୁ ୨୪୨, ବୌଦ୍ଧରୁ ୨୦୦,  ନୟାଗଡରୁ ୧୯୦, ଝାରସୁଗୁଡାରୁ ୧୮୬, ବାଲେଶ୍ବରରୁ ୧୮୧, ରାୟଗଡାରୁ ୧୭୨, ଢେଙ୍କାନାଳରୁ ୧୫୫, କେନ୍ଦୁଝରରୁ ୧୪୯, ସୋନପୁରରୁ ୧୨୩, ଦେବଗଡରୁ ୧୦୬, ମାଲକାନଗିରିରୁ ୧୦୨, କନ୍ଧମାଳରୁ ୮୨, ଗଜପତିରୁ ୬୮, ନୂଆପଡାରୁ ୫୧, କଳାହାଣ୍ଡିରୁ ୩୬ ଏବଂ ଷ୍ଟେଟ ପୁଲରୁ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୮୦ ହଜାର ୯୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୭୦ ହଜାର ୫୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧ ହଜାର ୬୬୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୫୪ କୁ ବୃଦ୍ଧି ହୋଇଛି।

Related posts