ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୭୯୧ କୁ ବୃଦ୍ଧି

Published: Jun 1, 2021, 10:23 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ, ଭୁବନେଶ୍ବରରୁ ୩ ଜଣ, କଟକରୁ ୪ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ଜଣେ, ଝାରସୁଗୁଡାରୁ ୩ ଜଣ, କଳାହାଣ୍ଡିରୁ ୪ ଜଣ, କୋରାପୁଟରୁ ଜଣେ, କେନ୍ଦ୍ରାପଡାରୁ ୨ ଜଣ, ନବରଙ୍ଗପୁରରୁ ୩ ଜଣ, ନୂଆପଡାରୁ ୨ ଜଣ, ରାୟଗଡାରୁ ୨ ଜଣ, ସୋନପୁରରୁ ୨ ଜଣ ଏବଂ ସୁନ୍ଦରଗଡରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୮୦ ହଜାର ୯୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯ ହଜାର ୯୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ କୁ ବୃଦ୍ଧି ହୋଇଛି।

Related posts