ଦୁଇ ଦିନ ପରେ ମୌସୁମୀ ପହଞ୍ଚିବା ସମ୍ଭାବନା: ଚଳିତ ବର୍ଷ ସ୍ଵାଭାବିକ ହେବ ବର୍ଷା

Published: Jun 1, 2021, 1:18 pm IST

ନୂଆଦିଲ୍ଲୀ: ଦୁଇ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି।

ତେବେ ଚଳିତ ବର୍ଷ ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Related posts