Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ୪ରେ ବଙ୍ଗୋପ ସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୂର୍ବ ଭାରତରେ ପଶ୍ଚିମା ପବନ ପ୍ରବାହିତ ହେବା ଦ୍ୱାରା ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହୋଇପଡ଼ିଥିବା ସତ୍ତ୍ୱେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆଜି ସୂଚନା ଦେଇଛି।

ଜୁଲାଇ ୪ ରେ ଏହି ଲଘୁଚାପ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ର ପ୍ରଦେଶ ଉପକୂଳରେ ସୃଷ୍ଟି ହୋଇପାରେ ଓ ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଜୁଲାଇ ୩ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଜୁଲାଇ ୫ରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କମ୍ ବୃଷ୍ଟିପାତ ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଅଂଚଳଗୁଡ଼ିକରେ ଜୁଲାଇ ୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଓ ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ ସୂଚନା ମିଳିଛି। ସେହିପରି ଜୁଲାଇ ୯ ତାରିଖରେ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ।

Categories
ଆଜିର ଖବର ଜାତୀୟ ଖବର

ଶେଷରେ କେରଳରେ ପହଞ୍ଚିଲା ମୌସୁମୀ: ବିଳମ୍ବ କଲା ଏକ ସପ୍ତାହ

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, କେରଳର ମୌସୁମୀ ଜୁନ୍ ୧ ତାରିଖ ଠାରୁ ୭ ଦିନ ବିଳମ୍ବ ହୋଇଛି। ଏବେ ଏହା ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ କର୍ଣ୍ଣାଟକ ଏବଂ ତାମିଲନାଡୁରେ ପହଞ୍ଚିବାର ସମ୍ଭାବନା ରହିଛି।

ମୌସୁମୀ ଏକ ସପ୍ତାହ ପରେ ମହାରାଷ୍ଟ୍ର ଏବଂ ଗୋଆରେ ଟକ୍କର ଦେଇପାରେ। ଏଥି ସହିତ ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ମୌସୁମୀ ଚଳିତ ମାସ ଶେଷରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଦେଶରେ ପ୍ରଥମ ମୌସୁମୀ ବର୍ଷା ହୋଇଛି। ଏଥର ଏହା ଏକ ସପ୍ତାହ ବିଳମ୍ବ ହୋଇଛି। ଯଦିଓ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ। ଏଥର ମୌସୁମୀ ସାମାନ୍ୟ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Categories
ଆଜିର ଖବର ଜାତୀୟ ଖବର

ଚଳିତ ବର୍ଷ ବିଳମ୍ବରେ ଆସିବ ମୌସୁମୀ: ପାଣିପାଗ ବିଭାଗ କଲା ପୂର୍ବନୁମାନ

ଭୁବନେଶ୍ଵର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ବଡ ଖବର ମିଳିଛି। ଏଥର ଦେଶକୁ ବିଳମ୍ବରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତବର୍ଷ କେରଳକୁ ବିଳମ୍ବରେ ମୌସୁମୀ ଆସିବ। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷ କରି ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। କିନ୍ତୁ ଏଥର ବିଳମ୍ବ ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରୁ ବିଦାୟ ନେଲା ମୌସୁମୀ ବାୟୁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ରୂପେ ରାଜ୍ୟରୁ ବିଦାୟ ନେଇଛି। ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଦେଶରୁ ମୌସୁମୀ ବାୟୁ ବିଦାୟ ନେବ। ସେଥିପାଇଁ ପାଗ ଅନୁକୂଳ ରହିଥିବା କୁହାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ଚାଲିଗଲା ମୌସୁମୀ, ଅଳ୍ପ କେତୋଟି ଜିଲ୍ଲା ରହିଛି ପ୍ରଭାବ

ଭୁବନେଶ୍ବର: ଶେଷରେ ଓଡିଶାବାସୀଙ୍କୁ ସୁଖଦୁଃଖରେ ଭସାଇ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏ ନେଇ ଘୋଷଣା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନା ଅନୁସାରେ ଅଳ୍ପ କେତୋଟି ଜିଲ୍ଲାରେ ମୌସୁମୀର ପ୍ରଭାବ ଆଉ କିଛି ଦିନ ପାଇଁ ରହିବ। ଏହାପରେ ସଂପୂର୍ଣ୍ଣ ଭାବେ ଓଡିଶାରୁ ବିଦାୟ ନେବ।

ପାଣିପାଗ ବିଭାଗ ଅନୁସାରେ ମୌସୁମୀ ବାୟୁ ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ଦେଓଗଡ, ସମ୍ବଲପୁର, ବରଗଡ, ବଲଙ୍ଗିର, ସୋନପୁର, ଅନୁଗୁଳ, ଢେଙ୍କାନାଲ, ବୌଦ୍ଧ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କଟକ, ନୟାଗଡ ଜିଲ୍ଲାରୁ ଆଜି ମୌସୁମୀ ବାଦୟ ନେଇଛି। ଅନ୍ୟ ଜିଲ୍ଲାରୁ ଖୁବ ଶିଘ୍ର ମୌସୁମୀ ବିଦାୟ ନେବ ବୋଲି ପାଣିପାଗି ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କିଛିଦିନ ଧରି ରାଜ୍ୟରେ ଦେଖା ଦେଇଛି ଗୁଳୁଗୁଳି, ମୁହଁରୁ ବାହାରୁଛି ଝାଳ, ଜାଣନ୍ତୁ କାରଣ

ଭୁବନେଶ୍ବର: ବର୍ତ୍ତମାନ କିଛି ଦନ ଧରି ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାରେ ଲାଗିଛି। ଦିନ ଦଶଟା ବେଳକୁ ବାହାରେ ବୁଲିଲେ ମୁହଁରୁ ଝାଳ ବାହାରି ପଡୁଛି। ଏହାର କାରଣ ହେଲା ବର୍ତ୍ତମାନ କିଛିଦିନ ଧରି ମୌସୁମୀ ବାୟୁ ଦୁର୍ବଳ ହୋଇପଡିଛି।

ଫଳରେ ଏହାର ପ୍ରଭାବରେ ଦିନ ତାପମାତ୍ରାରେ ଦୃଷ୍ଠାନ୍ତ ମୂଳକ ବୃଦ୍ଧି ଘଟିଛି। 10ଟି ସହରରେ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ସର୍ବାଧିକ 36.2°C, ମାଲକାନଗିରି ରେ 36°C ଏବଂ ରାଜଧାନୀ ଭୁବନେଶ୍ୱର ରେ 35.6°C ଦିନ ତାପମାତ୍ରା ରେକର୍ଡ କରାଯାଇଛ।

ମୁଖ୍ୟତଃ ଦିନର ତାପମାତ୍ରା ଅଧିକ ହେବା ତଥା ଉଚ୍ଚ ଆଦ୍ରତା ଯୋଗୁ ଗୁଳୁଗୁଳି ଜାରି ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ୪ ଦିନରୁ ୫ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଅସହ୍ୟ ଗରମରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିବ। ଆଗାମୀ ୪ ଦିନରୁ ୫ ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଯାହାଫଳରେ ଲୋକଙ୍କୁ ରୌଦ୍ରତାପରୁ ଆଶ୍ଵସ୍ତି ମିଳିବ।

ହେଲେ ଏହା ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ପାଗ ଅନୁକୂଳ ହେବାରେ ଲାଗିଛି। ରାଜ୍ୟର ଅନେକ ସ୍ଥାନରେ ମେଘାଚ୍ଛନ୍ନ ଥିବା ବେଳେ କୋହଲା ପାଗ ଲାଗିରହିଛି।

Categories
ଆଜିର ଖବର ଜାତୀୟ ଖବର

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଜୁନର ପ୍ରଥମ ସପ୍ତାହରେ ମୋସୁମୀ କେରଳ ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ୩ ଦିନ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି।

ତେବେ ଆଜି ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ଜୁନ ମାସର ଦ୍ଵିତୀୟ ସପ୍ତାହ ସୁଦ୍ଧା ଏହା ଓଡିଶାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଯାହା ଦ୍ଵାରା ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ରୋଦ୍ରତାପରୁ ତ୍ରାହି ମିଳିପାରେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ବାୟୁ: ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁଛି। ଆଗାମୀ ୪୮ ଘଣ୍ଟା ଭିତରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ଓଡିଶାରେ ପହଞ୍ଚିଛି। ଓଡିଶାରେ ୧୦ ତାରିଖରୁ ୧୪ ତାରିଖ ଭିତରେ ମୌସୁମୀ ଛୁଇଁବ ବୋଲି ପୂର୍ବରୁ ପାଣିପାଗ କେନ୍ଦ୍ର ଆକଳନ କରିଥିଲା।

ତେବେ ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏଁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଏବଂ ଭୁସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ ଦିନ ପରେ ମୌସୁମୀ ପହଞ୍ଚିବା ସମ୍ଭାବନା: ଚଳିତ ବର୍ଷ ସ୍ଵାଭାବିକ ହେବ ବର୍ଷା

ନୂଆଦିଲ୍ଲୀ: ଦୁଇ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି।

ତେବେ ଚଳିତ ବର୍ଷ ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବ ମୌସୁମୀ: ସାମାନ୍ୟ ବର୍ଷା ହେବା ନେଇ ଅନୁମାନ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତିନି ଦିନ ବିଳମ୍ବରେ ପହଞ୍ଚିବ। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚି ଯାଇଥାଏ। କିନ୍ତୁ ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଚଳିତ ବର୍ଷ ମୌସୁମୀ ବର୍ଷା ସାମାନ୍ୟ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
ଆଜିର ଖବର ଜାତୀୟ ଖବର

ଜୁନ୍ ପହିଲାରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ମୌସୁମୀ ବାୟୁ  ଜୁନ୍ ୧ ତାରିଖରେ କେରଳ ଛୁଇଁବା ନେଇ ଅନୁମାନ କରାଯାଇଛି।