ଓଡିଶାରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ବାୟୁ: ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Published: Jun 10, 2021, 1:59 pm IST

ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁଛି। ଆଗାମୀ ୪୮ ଘଣ୍ଟା ଭିତରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ଓଡିଶାରେ ପହଞ୍ଚିଛି। ଓଡିଶାରେ ୧୦ ତାରିଖରୁ ୧୪ ତାରିଖ ଭିତରେ ମୌସୁମୀ ଛୁଇଁବ ବୋଲି ପୂର୍ବରୁ ପାଣିପାଗ କେନ୍ଦ୍ର ଆକଳନ କରିଥିଲା।

ତେବେ ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏଁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଏବଂ ଭୁସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି।

Related posts