ଅସହାୟ ପରିବାରକୁ ସହେଯାଗର ହାତ ବଢାଇଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

Published: Jun 1, 2021, 8:44 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କଳିଆକୁଣ୍ଡଳ ପଲସାପଡାର ବିଜୟ ରଣା ନାମକ ଜଣେ ବ୍ୟକ୍ତିଙ୍କ ଅଦିନରେ ମୃତ୍ୟୁ ହେବାପରେ ତିନି ସନ୍ତାନକୁ ନେଇ ବିଧବା ତପରଣା ଦୁର୍ଦ୍ଦିନରେ ଦିନ କାଟୁଥିଲେ। ତିନି ଛୁଆକୁ ନେଇ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡିଥିଲା। କରୋନା ଜନିତ କଟକଣା ଯୋଗୁଁ ଦୟନୀୟ ସ୍ଥିତିରେ ପରିବାର ଚଳୁଥିବା ବେଳେ ଖବର ପାଇ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତି ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ସହେଯାଗର ହାତ ବଢାଇଛନ୍ତି।

ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସଚିବ ମହେଶ ସାହୁଙ୍କ ନେତୃତ୍ୱରେ ୟୁସୁଫ ପୋପାଟିଆ, ମିଥୁନ ପଣ୍ଡା, ସଂପୂର୍ଣ୍ଣ ନାଏକ, କାଳିଆ ନାଏକ ପ୍ରମୂଖ କଳିଆକୁଣ୍ଡଳ ଯାଇ ଅସହାୟ ତପରଣା ର ପରିବାରକୁ ରାଶନ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ତାଙ୍କୁ ଯୋଗାଇ ଦେବାକୁ ଭିଡିଓ କଲ ମାଧ୍ୟମରେ ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

ଜୁନାଗଡ ନିର୍ବାଚନ ମଣ୍ଡଳିର ଜୁନାଗଡ ବ୍ଲକ, ଗୋଲାମୁଣ୍ଡା ବ୍ଲକ ତଥା ଏନଏସି ର ସମଗ୍ର ଅଂଚଳରେ ଏଭଳି ଅସହାୟ ପରିବାର ମାନଙ୍କୁ ସହେଯାଗ କରିବା ପାଇଁ ମାନ୍ୟବର ଜୁନାଗଡ ବିଧାୟକ ତଥା ମନ୍ତୀ ନିଜ ସମର୍ଥକ ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ।

Related posts