ରାଜ୍ୟରେ ଆଜି ଚିହ୍ନଟ ହେଲେ ୮ ହଜାର ୮୩୯ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Jun 3, 2021, 10:04 am IST

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୯୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୯୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୨ ହଜାର ୬୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫ ହଜାର ୪୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୩୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୮୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୩୫ ଜଣ, କଟକ ଜିଲ୍ଲାରୁ ୭୬୯, ଅନୁଗୁଳ ଜିଲ୍ଲାରୁ ୪୧୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୯୫ ଜଣ, ବରଗଡ ଜିଲ୍ଲାରୁ ୧୯୩ ଜଣ, ଭଦ୍ରକ ଜିଲ୍ଲାରୁ ୪୧୯, ବଲାଙ୍ଗୀରି ଜିଲ୍ଲାରୁ ୮୯, ବୌଦ୍ଧ ଜିଲ୍ଲାରୁ ୧୭୯, ଦେବଗଡ ଜିଲ୍ଲାରୁ ୮୪, ଢେଙ୍କାନାଳ ଜିଲ୍ଲାରୁ ୫୧୦ ଜଣ, ଗଜପତି ଜିଲ୍ଲାରୁ ୫୨ ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୧୭ ଜଣ, ଯାଜପୁର ଜିଲ୍ଲାରୁ ୪୯୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୨୧ ଜଣ, କଳାହାଣ୍ଡିରୁ ୧୪୫ ଜଣ, କନ୍ଧମାଳ ଜିଲ୍ଲାରୁ ୫୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩୦୨ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୮ ଜଣ, କୋରାପୁଟ ଜିଲ୍ଲାରୁ ୯୯ ଜଣ, ମାଲକାନାଗିରି ଜିଲ୍ଲାରୁ ୮୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୮୩ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨୯ ଜଣ, ନୟାଗଡ ଜିଲ୍ଲାରୁ ୨୪୬ ଜଣ, ନୂଆପଡା ଜିଲ୍ଲାରୁ ୩୪ ଜଣ, ପୁରୀ ଜିଲ୍ଲାରୁ ୪୩୮ ଜଣ, ରାୟଗଡା ଜିଲ୍ଲାରୁ ୨୧୬ ଜଣ, ସମ୍ବଲପୁର ଜିଲ୍ଲାରୁ ୧୯୪ ଜଣ, ସୋନପୁର ଜିଲ୍ଲାରୁ ୧୧୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୩୮ ଜଣ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related posts