Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ ହସ୍ପିଟାଲରେ ଉପଲବ୍ଧ ହେଉଛି କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା
ଆଜିର ଖବର

ସମ ହସ୍ପିଟାଲରେ ଉପଲବ୍ଧ ହେଉଛି କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା

June 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ। ଏହି ଦିବସ ଦର୍ଶାଇଥାଏ ଯେ “କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ରହିଥାଏ”। ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ଫାଉଣ୍ଡେସନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ “କର୍କଟ ରୋଗ ସହ ବଞ୍ଚିଥିବା ଜଣେ ବ୍ୟକ୍ତି- ରୋଗ ଚିହ୍ନଟ ହେବା କ୍ଷଣ ଠାରୁ ବାକି ଥିବା ଜୀବନ ପର୍ଯ୍ୟନ୍ତ” ବୋଲି ବ୍ୟାଖ୍ୟା କରେ। ଯେକୌଣସି ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହେବା ସେହି ବ୍ୟକ୍ତି ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ଭୟଙ୍କର ଅଟେ।

ଭୁବନେଶ୍ୱର ସମ ହସ୍ପିଟାଲରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ଡାକ୍ତର ସରୋଜ ପଣ୍ଡାଙ୍କ ଅନୁସାରେ, “ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ ରହିଥାଏ। ବିକଶିତ ରାଷ୍ଟ୍ର ଗୁଡ଼ିକରେ ଶିଶୁ ମାନଙ୍କ ମଧ୍ୟରେ ଦେଖା ଯାଉଥିବା କର୍କଟ ରୋଗରେ ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ରହିଛି।

ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ସହ ସୀମିତ ଉତ୍ସ କାରଣରୁ କର୍କଟ ରୋଗୀଙ୍କୁ ଚିକତ୍ସା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଯେଉଁ କର୍କଟ ରୋଗୀ ଏବଂ ପରିବାରର ଏହି ରୋଗର ସମ୍ମୁଖୀନ ହୋଇ ତାର ସଫଳ ଚିକିତ୍ସା କରାଇପାରିଛନ୍ତି, ସେମାନେ ପ୍ରକୃତରେ ପ୍ରଶଂସନୀୟ। ପୂର୍ବରୁ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଅଧିକାଂଶ ପିଲା ରାଜ୍ୟ ବାହାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବହୁତ ପରିମାଣରେ ବଦଳି ଯାଇଛି। ଆମ କେନ୍ଦ୍ର ସମ୍ ହସ୍ପିଟାଲ୍ ରେ ଆମର ଆବଶ୍ୟକ ଭିତ୍ତିଭୂମି ଅଛି ଏବଂ ଆମେ ସମସ୍ତ ପ୍ରକାରର ଶିଶୁ କର୍କଟ ରୋଗ ପାଇଁ ଚିକିତ୍ସା ଯୋଗାଉଛୁ। ଆମେ ପ୍ରତିବର୍ଷ ପ୍ରାୟ ଦୁଇଶହ ପିଲାଙ୍କର ବିଭିନ୍ନ କର୍କଟ ରୋଗରେ ଚିକିତ୍ସା କରୁଛୁ। ଲ୍ୟୁକେମିଆ, ଲିମ୍ଫୋମା, ବ୍ରେନ ଟ୍ୟୁମର୍, ବୋନ୍ ଆଣ୍ଡ ସଫ୍ଟ ଟିସୁ କ୍ୟାନ୍ସର, ୱିଲ୍ମସ ଟ୍ୟୁମର୍ (କିଡନୀ କର୍କଟ), ନ୍ୟୁରୋବ୍ଲାଷ୍ଟୋମା, ହେପାଟୋବ୍ଲାଷ୍ଟୋମା ଏବଂ ଅନ୍ୟାନ୍ୟ ବିରଳ କର୍କଟ ରୋଗର ଆମେ ଚିକିତ୍ସା କରୁଛୁ। କର୍କଟ ରୋଗରେ ପୀଡିତ କୌଣସି ବି ଶିଶୁର ଚିକିତ୍ସାର ଅଭାବ ହେବା ଉଚିତ ହୁହେଁ, ଭବିଷ୍ୟତରେ ସେମାନେ ସମାଜର ଏକ ସୁସ୍ଥ ଓ ଦାୟିତ୍ୱବାନ ସଦସ୍ୟ ହୋଇପାରିବେ” ବୋଲି ପ୍ରଫେସର ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ସମ ହସ୍ପିଟାଲ ଶିଶୁ କର୍କଟ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କହିଛନ୍ତି ଯେ, ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ବିକାଶଶୀଳ ଦେଶ ଗୁଡ଼ିକରେ ଶିଶୁ କର୍କଟ ଚିକିତ୍ସାରେ ଉନ୍ନତିର ଆବଶ୍ୟକତା ରହିଥିବା ଅନୁଭବ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାର କର୍କଟ ରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛନ୍ତି। ଧୀରେ ଧୀରେ ତାଲିମପ୍ରାପ୍ତ ଶିଶୁ କର୍କଟ ବିଶେଷଜ୍ଞଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତର ଅନ୍ୟ କୌଣସି ବି ଅଗ୍ରଣୀ କେନ୍ଦ୍ର ଭଳି ଆମ କେନ୍ଦ୍ର ମଧ୍ୟ ଶିଶୁ କର୍କଟର ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାରରେ କମ ନୁହେଁ ”।

କର୍କଟ ରୋଗ ସମ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

NEET ପୁନଃପରୀକ୍ଷା ଉପରେ NTA ର ବଡ଼ ନିଷ୍ପତ୍ତି: ଅତିରିକ୍ତ ସମୟ ପାଇବେ ଛାତ୍ରଛାତ୍ରୀ

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026
Latest News

NEET ପୁନଃପରୀକ୍ଷା ଉପରେ NTA ର ବଡ଼ ନିଷ୍ପତ୍ତି: ଅତିରିକ୍ତ ସମୟ ପାଇବେ ଛାତ୍ରଛାତ୍ରୀ

June 12, 2026

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.