
ଭୁବନେଶ୍ବର, ଏହି ମାସରେ 22ଟି ଜିଲ୍ଲାରେ ଟିକାକରଣ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମାହାପାତ୍ର ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, 22 ଜିଲ୍ଲାରେ 18 ରୁ 44 ବର୍ଷ ମଧ୍ୟରେ ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ଆରମ୍ଭ କରନ୍ତୁ। ଜିଲ୍ଲାର ସମସ୍ତ ଏନଏସି, ମ୍ୟୁନିସପାଲିଟ ଅଞ୍ଚଳରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଓଡିଶାକୁ ତିନୋଟି ପର୍ଯ୍ୟାୟରେ 6 ଲକ୍ଷ 45 ହଜାର 790 ଡୋଜ ଟିକା ଆସିଛି। ଏହି ଟିକା କେବଳ ପ୍ରଥମ ଡୋଜ ଭାବେ ଦିଆଯିବ ବୋଲି ନିଷ୍ପତି କରାଯାଇଛି।