ଆସନ୍ତା ବର୍ଷର ପ୍ରଥମ ତିନିମାସ ମଧ୍ୟରେ 5ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ, ମୁଖ୍ୟ ନିର୍ବାଚନ କମିଶନର

Published: Jun 6, 2021, 4:53 pm IST

ନୂଆଦିଲ୍ଲୀ, ଆସନ୍ତା ବର୍ଷର ପ୍ରଥମ ତିନିମାସ ମଧ୍ୟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆର ବିଧାନସଭା ନିର୍ବାଚନ ପାଇଁ ମତଦାନ ସୁରୁଖୁରୁରେ ହେବ। ଏହା କହିଛନ୍ତି ଭାରତ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର।

ଅଲ ଇଣ୍ଡିଆ ରେଡିଓ ସହିତ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ କରୋନା ମହାମାରୀ ପରିସ୍ଥିତିକୁ ଆୟୋଗ ତୀକ୍ଷ୍ମ ନଜର ରଖିଛନ୍ତି। ଦେଶରେ ପ୍ରତିଦିନ ଦେଖାଯାଉଥିବା ନୂତନ ରୋଗୀଙ୍କ ସଂଖ୍ୟା କମିବା ଏବଂ ବହୁ ସଂଖ୍ୟକ ରୋଗୀ ସୁସ୍ଥ ଥିବା ଦୃଷ୍ଟିରୁ ଏହି ମାହାମାରୀ ଖୁବ ଶିଘ୍ର ଅନ୍ତ ହେବ ବୋଲି ସେ କହିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ମହାମାରୀ ସମୟରେ ନିର୍ବାଚନ ଆୟୋଗ ସମସ୍ତ ସତର୍କତା ଅବଲମ୍ବନ କରି ସୁଗମ ମତଦାନ ପାଇଁ ସମସ୍ତ ପଦକ୍ଷେପ ନେଇଥିଲେ। ସୁଶୀଲ ଚନ୍ଦ୍ର କହିଛନ୍ତି ଯେ ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ଏହା ପୂର୍ବରୁ ବିହାର ବିଧାନସଭା ନିର୍ବାଚନରୁ ଆୟୋଗର ପ୍ରୟାସର ସଫଳତା ସ୍ପଷ୍ଟ ହୋଇଛି।

ସେ କହିଛନ୍ତି ଯେ ମହାମାରୀ ସମୟରେ ନିରାପଦ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆୟୋଗ ଅନ୍ୟାନ୍ୟ ପଦକ୍ଷେପ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି।

Related posts