
ଭୁବନେଶ୍ୱର: ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ କାମ ଦେଉଛି। ଯାହାର ପ୍ରମାଣ ହେଉଛି ଲଗାତର ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫ ହଜାର ୮୯୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୩ ହଜାର ୩୩୨ ଜଣ ଏବଂ ୨ ହଜାର ୫୬୪ ଲୋକାଲ ମାମଲା ରହିଛି । ଗତକାଲି ଏହି ସଂଖ୍ୟା ଥିଲା ୬ ହଜାର ୧୧୮ ଜଣ।