ପଶ୍ଚିମବଙ୍ଗ ନେତାଙ୍କ ତୃଣମୂଳ କଂଗ୍ରେସରେ “ଘର ବାହୁଡା” କୁ ରୋକିବା ପାଇଁ ବିଜେପିର ପ୍ରୟାସ ଜାରି

Published: Jun 9, 2021, 3:01 pm IST

କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ଦଳର ଅସନ୍ତୋଷକୁ ଦୂର କରିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ନିର୍ବାଚନରେ ପରାଜୟ ପରେ ବିଜେପିର କିଛି ନେତା ପ୍ରଶ୍ନ ଉଠାଇଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଦେଶର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବୈଠକରେ ଉପାଧ୍ୟକ୍ଷ ମୁକୁଲ ରାୟ ସାମିଲ ହୋଇନଥିଲେ। ମୁକୁଲ ରାୟ ଚୁପ ରହିଥିଲେ ମଧ୍ୟ ପୁଅ ଶୁଭ୍ରାଂଶୁ ଖୋଲା ଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେ ମମତାଙ୍କ ତୃଣମୂଳ କଂଗ୍ରେସକୁ ଫେରିବା ସମ୍ଭାବନାକୁ ମନା କରି ନାହାନ୍ତି। ବିଜେପିର ୩୫ ଜଣ ବିଧାୟକ ଦଳକୁ ଫେରିବା ପାଇଁ ଚାହୁଁଛନ୍ତି ବୋଲି ତୃଣମୂଳ ଦାବି କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳରେ ବହୁ ନେତା ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ବିଜେପିର ପରାଜୟ ପରେ ସେମାନଙ୍କ ମଧ୍ୟରୁ କିଛି ନେତା ପୁଣି ଦଳକୁ ଫେରିବେ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ବିଜେପିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଦିଲ୍ଲୀ ପହଞ୍ଚି କିଛି ବଡ ନେତାଙ୍କ ସହ ଆଲୋଚନା କରିଥିଲେ।

Related posts