Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟୁଏସ୍ ୱାଲ୍‌ର୍ଡ ୟୁନିଭରସିଟି ର‌୍ୟାଙ୍କିଂରେ ସ୍ଥାନ ପାଇଲା ଶିକ୍ଷା ଓ ଅନୁସନ୍ଧାନ
ଆଜିର ଖବର

କ୍ୟୁଏସ୍ ୱାଲ୍‌ର୍ଡ ୟୁନିଭରସିଟି ର‌୍ୟାଙ୍କିଂରେ ସ୍ଥାନ ପାଇଲା ଶିକ୍ଷା ଓ ଅନୁସନ୍ଧାନ

June 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ର‌୍ୟାଙ୍କିଂସ୍ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି। ମଙ୍ଗଳବାର ପ୍ରକାଶିତ ଏହି ର‌୍ୟାଙ୍କିଂସ୍‌ରେ ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି, ଭୁବନେଶ୍ୱର ରହିଛନ୍ତି।

ଓଡ଼ିଶାରୁ ଏହି ସମ୍ମାନଜନକ ର‌୍ୟାଙ୍କିଂ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୯ ଟି ଆଇଆଇଟି, ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ବେଳେ ଏହାର ୮୦୧-୧୦୦୦ ବ୍ରାକେଟ୍‌ ମଧ୍ୟରେ ସୋଆ ସ୍ଥାନ ପାଇଛି।

ସେହିପରି ସୋଆ ସମେତ ଭାରତର ୩ଟି ଡିମ୍‌ଡ୍ ଟୁ ବି ୟୁନିଭରସିଟି ଏହି ର‌୍ୟାଙ୍କିଂରେ ସ୍ଥାନ ପାଇଛନ୍ତି। ସାରା ବିଶ୍ୱର ୯୩ଟି ଦେଶର ଅସଂଖ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିର ସଫଳତାକୁ ବିଶ୍ଲେଷଣ କରାଯାଇଥିବା ବେଳେ ୧୩୦୦ଟି ଶିକ୍ଷାନୁଷ୍ଠାନକୁ ସେମାନଙ୍କର ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫାକଲଟିମାନଙ୍କ ସନ୍ଦର୍ଭ, ଫାକଲଟି ଛାତ୍ର ଅନୁପାତ, ଆନ୍ତର୍ଜାତୀକ ଫାକଲଟି ଓ ଆନ୍ତର୍ଜାତୀକ ଛାତ୍ରଛାତ୍ରୀ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଂ ପ୍ରସ୍ତୁତ କରାଯାଇଛି।

ଏହି ସଫଳତାରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଖୁସି ପ୍ରକଟ କରି ଏଥିନିମନ୍ତେ ବିଶ୍ୱବିଦ୍ୟାଳୟର ସଭାପତିଙ୍କ ପ୍ରେରଣା, ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍‌, ଫ୍ୟାକଲଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପରିଶ୍ରମ ଓ ଆନ୍ତରିକ ପ୍ରଚେଷ୍ଟା ଅନୁଷ୍ଠାନକୁ ଏହି ସଫଳତା ଆଣି ଦେଇଛି ବୋଲି କହିଛନ୍ତି। ଏହି ର‌୍ୟାଙ୍କିଂ ବିଶ୍ୱବିଦ୍ୟାଳୟକୁ ଅଧିକ ଆଗକୁ ଯିବାକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ମହାମାରୀ ସତ୍ତ୍ୱେ ଫ୍ୟାକଲଟିମାନଙ୍କର ଶିକ୍ଷାଦାନ ଓ ହସପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦ୍ୱାରା କୋଭିଡ ସଂକ୍ରମିତ ହଜାର ହଜାର ଲୋକଙ୍କର ଉତ୍ସର୍ଗୀକୃତ ସେବାକୁ ପ୍ରଫେସର ମହାପାତ୍ର ପ୍ରଶଂସା କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Latest News

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.