ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୫୧୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jun 11, 2021, 6:34 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୫୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୧୮, କଟକରୁ ୭୩୮, ବାଲେଶ୍ବରରୁ ୫୬୪, ମୟୂରଭଞ୍ଜରୁ ୫୫୬, ଯାଜପୁରରୁ ୫୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡରୁ ୪୭୩, ପୁରୀରୁ ୪୩୭, ରାୟଗଡାରୁ ୩୬୯, ଜଗତସିଂହପୁରରୁ ୨୫୬, ବୌଦ୍ଧଋ ୨୫୪, ନୟାଗଡରୁ ୨୨୪, କେନ୍ଦ୍ରାପଡାରୁ ୨୨୧, ନବରଙ୍ଗପୁରରୁ ୨୧୫, ଅନୁଗୁଳରୁ ୨୦୩, କଳାହାଣ୍ଡିରୁ ୧୮୨, ବରଗଡରୁ ୧୮୧, କେନ୍ଦୁଝରରୁ ୧୭୩, କୋରାପୁଟରୁ ୧୬୮, ସମ୍ବଲପୁରରୁ ୧୬୦, ଭଦ୍ରକରୁ ୧୪୪, ସୋନପୁରରୁ ୧୩୨, ମାଲକାନାଗିରିରୁ ୯୯, ବଲାଙ୍ଗୀରିରୁ ୮୯, ଝାରସୁଗୁଡାରୁ ୮୦, ଦେବଗଡରୁ ୭୧, କନ୍ଧମାଳଋ ୭୦, ଗଜପତିରୁ ୫୬, ନୂଆପଡାରୁ ୫୦, ଗଞ୍ଜାମରୁ ୪୯  ଏବଂ ଷ୍ଟେଟ ପୁଲରୁ ୧୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୮୧ ହଜାର ୪୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୭ ହଜାର ୭୧୦ ଜଣ। ସେହିଭଳି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ ରେ ପହଞ୍ଚିଛି।

Related posts