
ମୁମ୍ବାଇ, ଆଜି ସକାଳୁ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏଥିସହିତ ଘଡଘଡ ସହ ହାଲକା ପବନ ମଧ୍ୟ ପ୍ରବାହିତ ହେଉଛି। ବର୍ଷାର ପରିମାଣ ଏପରି ହୋଇଛି ଯେ, ମୁମ୍ବାଇର ରାସ୍ତାଘାଟ ବର୍ତ୍ତମାନ ପାଣିର ଲହରୀ ମାରୁଛି। ସାଧାରଣ ଜୀବନଯାତ୍ରା ପୁରା ଠପ୍ ହୋଇଯାଇଛି। ଭୋରରୁ ଏହି ବର୍ଷା ଲାଗିରହିଛି ଯେ ଏ ପର୍ଯ୍ୟନ୍ତ ସାମାନ୍ୟ କମିବାର ନାଁ ଧରୁ ନାହିଁ।
ଗତକାଲି ପାଣିପାଗ ବିଭାଗ ତରଫରୁ ଏ ନେଇ ସତର୍କ ସୂଚନା ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ସେହିପରି ସମୁଦ୍ରରେ ମଧ୍ୟ ପ୍ରବଳ ଜୁଆର ଆସିବା ବୋଲି ସୂଚନା ଦିଆଯାଇଥିଲା। ଏହା ମୌସୁମୀ ବର୍ଷା ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।