ନୂଆଦିଲ୍ଲୀ: ଭାରତୀୟ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟରୁ ଲଗାତର ଭଲ ଫର୍ମ ଜାରି ରହିଛି। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ପୂର୍ବରୁ ପନ୍ତ ଏକ ସୁନ୍ଦର ଶତକ ଯୋଡି ଦେଇଛନ୍ତି। ଟିମ ଇଣ୍ଡିଆର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚରେ ମାତ୍ର ୯୪ ଟି ବଲରେ ସେ ଅପରାଜିତ ରହି ୧୨୧ ରନ କରିଥିଲେ। ପନ୍ତଙ୍କ ବ୍ୟତୀତ ଶୁଭମାନ ଗିଲ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ୮୫ ରନର ପାଳି ଖେଳିଥିଲେ। ସେହିଭଳି ଦ୍ରୁତଗାମୀ ବୋଲର ଇଶାନ୍ତ ଶର୍ମା ମଧ୍ୟ ବୋଲିଂରେ ଜଲୱା ଦେଖାଇଥିଲେ। ଇଶାନ୍ତ ୩ ଟି ୱିକେଟ ଅକ୍ତିଆର କରିଥିଲେ।
https://twitter.com/BCCI/status/1403570720228085763
ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳାଯିବ। ଟିମ ଇଣ୍ଡିଆରେ ଏହି ଅଭ୍ୟାସ ମ୍ୟାଚର ଭିଡିଓକୁ ବିସିସିଆଇ ସେୟାର କରିଥିଲା। ଯେଉଁଥିରେ ପନ୍ତ ଲଗାତର ସୁନ୍ଦର ଷ୍ଟ୍ରୋକ ଖେଳୁଥିବା ଦେଖିବାକୁ ମିଳିଛି। ସ୍ପିନ ବଲରେ ଛକା ମାରି ପନ୍ତ ଅର୍ଦ୍ଧ-ଶତକ ପୂରଣ କରିଥିଲେ।