Categories
ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନ ପାଇଁ ଚିନ୍ତାଜନକ ଖବର, ଅଭ୍ୟାସ ମ୍ୟାଚରେ ୧୯୯ ରନ୍ ସଂଗ୍ରହ କଲେ ଶ୍ରେୟାସ ଆୟର

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଶୀଘ୍ର ଆରମ୍ଭ ହେବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଅଛି। ଅଭ୍ୟାସ ମ୍ୟାଚରେ ଶ୍ରେୟସ୍ ଆୟର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆୟର ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ୧୯୯ ରନ୍ ର ପାଳି ଖେଳିଛନ୍ତି। ଆୟରଙ୍କ ପ୍ରତ୍ୟାବର୍ତ୍ତନ ପାକିସ୍ତାନର ଚିନ୍ତାକୁ ବଢାଇଇପାରେ। ଏସିଆ କପ୍ ୨୦୨୩ ରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିରୋଧରେ ଖେଳାଯିବ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଖବର ଅନୁଯାୟୀ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ନ୍ୟାସନାଲ କ୍ରିକେଟ୍ ଏକାଡେମୀର ଅଭ୍ୟାସ ମ୍ୟାଚରେ ଆୟର ୧୯୯ ରନ୍ ସଂଗ୍ରହ କରିଛନ୍ତି। ସେ ୫୦ ଓଭର ପାଇଁ ମଧ୍ୟ ଫିଲ୍ଡିଂ କରିଛନ୍ତି। ଅଭ୍ୟାସ ମ୍ୟାଚ୍ ୩-୪ ଦିନ ପୂର୍ବରୁ ହୋଇଥିଲା। ସେ ଗତ ୨ ମାସ ହେଲା ବାଙ୍ଗାଲୋରରେ ଅଛନ୍ତି। ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପାଇଁ ସବୁକିଛି ଠିକ୍ ଚାଲିଛି।

ଉଲ୍ଲେଖନୀୟ କଥା ହେଉଛି, ମାର୍ଚ୍ଚ ୨୦୨୩ ରୁ ଆୟର ଟିମ୍ ଇଣ୍ଡିଆର ଅଂଶ ନାହାନ୍ତି। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୧୦ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୬୬୬ ରନ୍ ସ୍କୋର କରିଛନ୍ତି। ସେ ଏହି ଫର୍ମାଟରେ ୧ ଟି ଶତକ ଏବଂ ୫ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆୟର୍ ୪୨ ଟି ଦିନିକିଆରେ ୧୬୩୧ ରନ୍ ସଂଗ୍ରହ କରିଛନ୍ତି। ସେ ଏହି ଫର୍ମାଟରେ ୨ ଟି ଶତକ ଏବଂ ୧୪ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୯ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୦୪୩ ରନ୍ ସଂଗ୍ରହ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ଵ କପ ଅଭ୍ୟାସ ମ୍ୟାଚ: ବ୍ୟାଟିଂରେ ଚମକିଲେ କେଏଲ ରାହୁଲ ଏବଂ ସୂର୍ଯ୍ୟ କୁମାର, ବୋଲିଂରେ ଶାମି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଫର୍ମକୁ ଫେରିବାର କେଏଲ ରାହୁଲ ସଂକେତ ଦେଇଛନ୍ତି। ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଆଶ୍ଵସ୍ତି। ସେ ସୋମବାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆରେ ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ଏହାପୂର୍ବରୁ ସେ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଏହିପରି ଭାବେ ସେ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୬ ରନ ସଂଗ୍ରହ କରିଥିଲା।

ଟିମ ଇଣ୍ଡିଆ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୩ ଟି ବଲରେ ୫୭ ରନ ସଂଗ୍ରହ କରିଥିଲେ। ଏହି ପାଳିରେ କେଏଲ ୩ ଟି ଛକା ଏବଂ ୬ ଟି ଚୌକା ମାରିଥିଲେ। ସେହିଭଳି ସୂର୍ଯ୍ୟକୁମାର ଯାଦବ ୩୩ ବଲରେ ୫୦ ରନ କରିଥିବା ବେଳେ ଏହି ପାଳିରେ ସେ ୧ ଟି ଛକା ଏବଂ ୬ ଟି ଚୌକା ମାରିଥିଲେ। ତେବେ ଅଧିନାୟକ ରୋହିତ ଶର୍ମା ୧୪ ଟି ବଲରେ ୧୫ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହିଲି ୧୩ ଟି ବଲରେ ୧୯ ରନ, ଦିନେଶ କାର୍ତ୍ତିକ ୧୪ ଟି ବଲରେ ୨୦ ରନ, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ, ରବିଚନ୍ଦ୍ରନ ଅଶ୍ଵିନୀ ୨ ଟି ବଲରେ ୫ ରନ ଏବଂ ଅକ୍ସର ପଟେଲ ୬ ରନ କରି ଅପରାଜିତ ରହିଥିଲେ।

ଜବାବରେ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିପାରିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ସର୍ବାଧିକ ୫୪ ବଲରେ ୭୬ ରନ ସଂଗ୍ରହ କରିଥିବା ବେଳେ ମିଚେଲ ମାର୍ଶ ୩୫ ରନ, ଗ୍ଲେନ ମାକ୍ସୱେଲ ୨୩ ରନ ଏବଂ ଷ୍ଟିବେନ ସ୍ମିଥ ୧୧ ରନ ଯୋଡିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୨ ଅଙ୍କ ସ୍କୋରକୁ ଛୁଇଁପାରିନଥିଲେ। ଏହିପରି ଭାବରେ ଅଷ୍ଟ୍ରେଲିଆକୁ ଭାରତୀୟ ଦଳ ୬ ରନରେ ପରାସ୍ତ କରିଥିଲା।

ଭାରତୀୟ ବୋଲର ଭାବେ ଆହତରୁ ଫେରିଥିବା ମହମ୍ମଦ ଶାମି ମାତ୍ର ୧ ଓଭର ବୋଲିଂ କରି ୩ ଟି ୱିକେଟ ନେଇଥିଲେ। ସେହିଭଳି ଭୁବନେଶ୍ବର କୁମାର ୩ ଓଭରରେ ୨୦ ରନ ଦେଇ ୨ ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ୩ ଓଭରରେ ୩୪ ରନ ଦେଇ ୧ ଟି ୱିକେଟ, ହର୍ଶଲ ପଟେଲ ୩ ଓଭରରେ ୩୦ ରନ ଦେଇ ୧ ଟି ଏବଂ ୟୁଜବେନ୍ଦ୍ର ଚହଲ ୩ ଓଭରରେ ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅଭ୍ୟାସ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ସମ୍ମାନ ରଖିଲେ କେ.ଏସ୍ ଭରତ

ନୂଆଦିଲ୍ଲୀ: ତିନିମାସ ପରେ ନାଲି ବଲ ସହିତ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ହେଲେ ପ୍ରତ୍ୟାବର୍ତ୍ତନ (ଅଭ୍ୟାସ ମ୍ୟାଚ) ନୈରାଶ୍ୟଜନକ ଥିଲା। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ଖେଳିବା ପୂର୍ବରୁ, ପ୍ରଥମ ଦିନରେ ଲେଷ୍ଟେଷ୍ଟେରେଶର୍ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଶକ୍ତିଶାଳୀ ବୋଲି କୁହାଯାଉଥିବା ଭାରତର ବ୍ୟାଟିଂ କ୍ରମ ୨୧ ବର୍ଷ ବୟସ୍କ କାଉଣ୍ଟି ବୋଲରଙ୍କ ସମ୍ମୁଖରେ ନତମସ୍ତକ ହେଲା।

ଭାରତୀୟ ଦଳ ଲିସେଷ୍ଟରର ଗ୍ରେସ୍ ରୋଡ୍ ଷ୍ଟାଡିୟମରେ ଇଂରାଜୀ କାଉଣ୍ଟି କ୍ଲବ୍ ଲେଷ୍ଟେଷ୍ଟେରେଶର୍ ସହିତ ମୁହାଁମୁହିଁ ହୋଇଛନ୍ତି। ଏହି ଚାରି ଦିନିଆ ୱାର୍ମ ଅପ୍ ମ୍ୟାଚର ପ୍ରଥମ ଦିନରେ ବର୍ଷା ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ଦଳ ମାତ୍ର ୨୪୬ ରନ୍ ପାଇଁ ୮ ୱିକେଟ୍ ହରାଇଛି। ଦଳକୁ ଏହି ସ୍ଥାନକୁ ଆଣିବାର ଶ୍ରେୟ ଏକମାତ୍ର ଯୁବ ୱିକେଟ୍ କିପର କେ.ଏସ୍ ଭରତଙ୍କୁ ଦିଆଯାଇଛି। ୭୦ ରନର ଅପରାଜିତ ଇନିଂସ ଖେଳି ଭାରତୀୟ ଦଳକୁ ଭରତ ୨୦୦ ସଂଖ୍ୟା ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି।

ମାତ୍ର ୮୧ ରନରେ ଅଧା ଖେଳାଳି ପାଭିଲିୟନକୁ ଫେରିଥିଲେ:

ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଚୟନ କରି ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଥିଲା। ଦଳର ମୋଟ ସ୍କୋର ୩୫ ରନ ଥିବା ବେଳେ କ୍ୟାପଟେନ ରୋହିତ ଶର୍ମା (୨୫) ଆଉଟ ହୋଇଥିଲେ। ଏହା ପରେ କିଛି ୱିକେଟ୍ ଏପରି ଢଙ୍ଗରେ ଖସିଯିବା ଆରମ୍ଭ କଲା ଯେ, ୮୧ ରନ୍ ବେଳକୁ ଭାରତ ୫ ୱିକେଟ୍ ହରାଇଥିଲା। କେ.ଏସ୍ ଭରତ ଏବଂ ବିରାଟ କୋହଲି (୩୩) ୫୭ ରନ୍ ର ସହଭାଗୀତାରେ ଦଳକୁ କିଛି ସମର୍ଥନ ମିଳିଥିଲା। କିନ୍ତୁ ଏଠାରେ କୋହଲି ମଧ୍ୟ ଅଧିକ ସମୟ ଧରି ପିଚରେ ଅଟକିପାରିନଥିଲେ। ଏହା ପରେ ଗୋଟିଏ ପଟେ ୱିକେଟ୍ ଖସିବାର କ୍ରମ ଜାରି ରହିଲା ଏବଂ ଅନ୍ୟ ପଟେ କେ.ଏସ୍ ଭରତ (୭୦) କାନ୍ଥ ପରି ଛିଡା ହୋଇରହିଲେ। ଦିନର ଖେଳ ଶେଷ ପର୍ଯ୍ୟନ୍ତ ଭରତ କ୍ରିଜରେ ଠିଆ ହୋଇଥିଲେ। ପ୍ରଥମ ଦିନରେ ଭାରତ ୮ ୱିକେଟ୍ ହରାଇ ୨୪୬ ରନ୍ ସଂଗ୍ରହ କରିଥିଲା।

ଲେଷ୍ଟେଷ୍ଟେୟାରର ଯୁବ ଦ୍ରୁତ ବୋଲର ରୋମାନ ୱାକର ଦିନସାରା ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ ରୋହିତ, ବିରାଟଙ୍କ ସମେତ ଭାରତର ମୋଟ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ। ୱାକର ତାଙ୍କ ୧୧ ଓଭରରେ ୨୪ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ୱିଲ ଡେଭିସ୍ ୨ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ୧ ୱିକେଟ୍ ମିଳିଥିଲା। ଆସନ୍ତୁ ଜାଣିବା ଯେ ଭାରତୀୟ ଦଳର ଚାରିଜଣ ଖେଳାଳି ମଧ୍ୟ ଲେଷ୍ଟେଷ୍ଟେୟାର ପାଇଁ ଖେଳୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ ପୂର୍ବରୁ ରିଷଭ ପନ୍ତଙ୍କ ଧୂଆଁଧାର ଶତକ: ଖେଳାଳିଙ୍କ ଅଭ୍ୟାସ ସମୟର ଭିଡିଓ ସେୟାର କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟରୁ ଲଗାତର ଭଲ ଫର୍ମ ଜାରି ରହିଛି। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ପୂର୍ବରୁ ପନ୍ତ ଏକ ସୁନ୍ଦର ଶତକ ଯୋଡି ଦେଇଛନ୍ତି। ଟିମ ଇଣ୍ଡିଆର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚରେ ମାତ୍ର ୯୪ ଟି ବଲରେ  ସେ ଅପରାଜିତ ରହି ୧୨୧ ରନ କରିଥିଲେ। ପନ୍ତଙ୍କ ବ୍ୟତୀତ ଶୁଭମାନ ଗିଲ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ୮୫ ରନର ପାଳି ଖେଳିଥିଲେ। ସେହିଭଳି ଦ୍ରୁତଗାମୀ ବୋଲର ଇଶାନ୍ତ ଶର୍ମା ମଧ୍ୟ ବୋଲିଂରେ ଜଲୱା ଦେଖାଇଥିଲେ। ଇଶାନ୍ତ ୩ ଟି ୱିକେଟ ଅକ୍ତିଆର କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳାଯିବ। ଟିମ ଇଣ୍ଡିଆରେ ଏହି ଅଭ୍ୟାସ ମ୍ୟାଚର ଭିଡିଓକୁ ବିସିସିଆଇ ସେୟାର କରିଥିଲା। ଯେଉଁଥିରେ ପନ୍ତ ଲଗାତର ସୁନ୍ଦର ଷ୍ଟ୍ରୋକ ଖେଳୁଥିବା ଦେଖିବାକୁ ମିଳିଛି। ସ୍ପିନ ବଲରେ ଛକା ମାରି ପନ୍ତ ଅର୍ଦ୍ଧ-ଶତକ ପୂରଣ କରିଥିଲେ।