ପାକିସ୍ତାନ ପାଇଁ ଚିନ୍ତାଜନକ ଖବର, ଅଭ୍ୟାସ ମ୍ୟାଚରେ ୧୯୯ ରନ୍ ସଂଗ୍ରହ କଲେ ଶ୍ରେୟାସ ଆୟର

Published: Aug 24, 2023, 3:32 pm IST

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଶୀଘ୍ର ଆରମ୍ଭ ହେବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଅଛି। ଅଭ୍ୟାସ ମ୍ୟାଚରେ ଶ୍ରେୟସ୍ ଆୟର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆୟର ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ୧୯୯ ରନ୍ ର ପାଳି ଖେଳିଛନ୍ତି। ଆୟରଙ୍କ ପ୍ରତ୍ୟାବର୍ତ୍ତନ ପାକିସ୍ତାନର ଚିନ୍ତାକୁ ବଢାଇଇପାରେ। ଏସିଆ କପ୍ ୨୦୨୩ ରେ ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିରୋଧରେ ଖେଳାଯିବ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ଖବର ଅନୁଯାୟୀ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ନ୍ୟାସନାଲ କ୍ରିକେଟ୍ ଏକାଡେମୀର ଅଭ୍ୟାସ ମ୍ୟାଚରେ ଆୟର ୧୯୯ ରନ୍ ସଂଗ୍ରହ କରିଛନ୍ତି। ସେ ୫୦ ଓଭର ପାଇଁ ମଧ୍ୟ ଫିଲ୍ଡିଂ କରିଛନ୍ତି। ଅଭ୍ୟାସ ମ୍ୟାଚ୍ ୩-୪ ଦିନ ପୂର୍ବରୁ ହୋଇଥିଲା। ସେ ଗତ ୨ ମାସ ହେଲା ବାଙ୍ଗାଲୋରରେ ଅଛନ୍ତି। ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି। ତାଙ୍କ ପାଇଁ ସବୁକିଛି ଠିକ୍ ଚାଲିଛି।

ଉଲ୍ଲେଖନୀୟ କଥା ହେଉଛି, ମାର୍ଚ୍ଚ ୨୦୨୩ ରୁ ଆୟର ଟିମ୍ ଇଣ୍ଡିଆର ଅଂଶ ନାହାନ୍ତି। ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୧୦ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୬୬୬ ରନ୍ ସ୍କୋର କରିଛନ୍ତି। ସେ ଏହି ଫର୍ମାଟରେ ୧ ଟି ଶତକ ଏବଂ ୫ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆୟର୍ ୪୨ ଟି ଦିନିକିଆରେ ୧୬୩୧ ରନ୍ ସଂଗ୍ରହ କରିଛନ୍ତି। ସେ ଏହି ଫର୍ମାଟରେ ୨ ଟି ଶତକ ଏବଂ ୧୪ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୯ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୦୪୩ ରନ୍ ସଂଗ୍ରହ କରିଛନ୍ତି।

Related posts