ଗୁଜୁରାଟକୁ ନୂଆ ମଡେଲରେ ପରିଣତ ପାଇଁ କେଜ୍ରିୱାଲ ଦେଲେ ପ୍ରତିଶୃତି: ସମସ୍ତ ୧୮୨ ଟି ଆସନରେ ଲଢିବାକୁ କଲେ ଘୋଷଣା

Published: Jun 14, 2021, 2:10 pm IST

ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦ୍ମୀ ପାର୍ଟିକୁ ବିସ୍ତାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅହମ୍ମଦାବାଦ ଗସ୍ତ କରିଛନ୍ତି।  ଆଜି ଅରବିନ୍ଦ ଅହମଦାବାଦରେ ପାର୍ଟିର କାର୍ଯ୍ଯାଳୟର ଉଦଘାଟନ କରିଛନ୍ତି।

ଏହି ଅବସରରେ ଗୁଜୁରାଟକୁ ଏକ ନୂଆ ମଡେଲ ଦେବା ପାଇଁ ଅରବିନ୍ଦ ପ୍ରତିଶୃତି ଦେଇଛନ୍ତି। ସମସ୍ତ ୧୮୨ ଟି ବିଧାନସଭା ଆସନରେ ଲଢିବା ପାଇଁ ସେ ଘୋଷଣା କରିଛନ୍ତି। ଏହାପୂର୍ବରୁ ଗୁଜୁରାଟର କୋଣ ଅନୁକୋଣରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ରାଜ୍ୟ ସଂଯୋଜକ ଗୋପାଳ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୨ ମସିହାର ଶେଷ ଆଡକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ୨୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ସେଠାରେ ଶାସନ କରିଆସୁଛି।

ଉକ୍ତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସବୁବେଳେ ଦ୍ଵିପାକ୍ଷିକ ଟକ୍କର ହେଉଛି। ହେଲେ ବର୍ତ୍ତମାନ ଆପ ଦଳ ଗୁଜୁରାଟରେ ନିର୍ବାଚନ ଲଢେଇକୁ ଓହ୍ଲାଇବା ଏବଂ କ୍ଷମତାକୁ ଆସିବା ପାଇଁ ପରିଶ୍ରମ କରୁଛି। ଏହାପୂର୍ବରୁ ଫେବୃଆରୀ ମାସରେ ସୁରାଟରେ ଅରବିନ୍ଦ କେଜ୍ରିୱାଲ ରୋଡ ଶୋ କରିଥିଲେ।

Related posts