
ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପକ୍ରିୟା ବର୍ତ୍ତମାନ ଶେଷ ହୋଇଛି। ନୂଆଦିଲ୍ଲୀରୁ ମିଳିଥିବା ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମିଳିତ ଭାବେ ପୁଣି ବୈଠକ କରିଥିଲେ।
ଏହି ବୈଠକରେ ଏକ ବିସ୍ତୁତ ତାଲିକା ପ୍ରଧାନମନ୍ତ୍ରୀଙ୍କ ବିଚାର ପାଇଁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହାକୁ ଅନୁଧ୍ୟାନ କରି ଶେଷ ସ୍ପର୍ଶ ଦେବେ ବୋଲି ଜଣାପଡିଛି। ଏହି ସୁତ୍ର ଅନୁସାରେ ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ଏ ନେଇ ରାଷ୍ଟ୍ରପତି ଭବନକୁ ଅବଗତ କରାଇବେ। ଫଳରେ ଆସନ୍ତା ସପ୍ତାହରେ ଏହି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ ବୋଲି କୁହାଯାଉଛି।