ଜୀବନରେ ସଫଳତା ହାସଲ କରିବାକୁ ହେଲେ ମାନନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

Published: Jun 15, 2021, 6:10 am IST

ଭୁବନେଶ୍ବର, ମଣିଷ ପରିଶ୍ରମ କଲେ ଫଳ ମିଳେ ଏବଂ ଭଗବାନଙ୍କ ସତ୍ତା ଅନୁଭବ କରି ହୁଏ। ଏ କଥା ସମସ୍ତେ ଜଣାନ୍ତି। ହେଲେ କେହି ପରିଶ୍ରମ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଫଳରେ ସେମାନେ ସାରା ଜୀବନ ପଶ୍ଚାତତାପ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାହାର ବହୁ ଉଦାହରଣ ଦେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଫୁଲ ଦେହରେ ବାସ୍ନା ଥାଏ। ହେଲେ ତାହା ପାଖକୁ ଗଲେ ସେ ବାସ୍ନା ମିଳି ପାରିବ। ତୈଳବୀଜରେ ତେଲ ଥାଏ, ସମସ୍ତେ ଜାଣନ୍ତି। ହେଲେ ପରିଶ୍ରମ କଲେ ସେଥିରୁ ତେଲ ବାହାରିବ। ଏହି ତୈଳବୀଜରେ ତେଲ ଅଛି ବୋଲି ବାହାରୁ ଦେଖାଯାଏ ନାହିଁ।

ସେହିପରି ଆଖୁରେ ଗୁଡ ରହିଛି। ତାହା ସମସ୍ତେ ଜାଣନ୍ତି। ହେଲେ ସେହି ଗୁଡକୁ ବାହାର କରିବାକୁ ହେଲେ ଆଖୁକୁ ନେଇ ପେଡିବାକୁ ପଡିଥାଏ। ପରିଶ୍ରମ କଲେ ଆଖୁରୁ ଗୁଡ ବାହାରିବ। ସେହିପରି ଖିରରେ ଘିଅ ଅଛି, କିନ୍ତୁ ଖିରରୁ ସିଧା ଘିଅ ବାହାରେ ନାହିଁ। ସେଥିପାଇଁ ମଧ୍ୟ ପରିଶ୍ରମ କରିବାକୁ ପଡେ।

ପ୍ରତିଟି ମଣିଷ ଦେହରେ ପରମାତ୍ମା ବିଦ୍ୟମାନ ଅଛନ୍ତି। ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଖାଲି ଅପେକ୍ଷା ଆପଣଙ୍କର ପରିଶ୍ରମକୁ। ସେ ଆପଣଙ୍କ ଶରୀରେ ଅଦୃଶ୍ୟ ଭାବରେ ଅଛନ୍ତି। ଯେପରି ଆଖୁରେ ଗୁଡ, ଖିରରେ ଘିଅ, ତୈଳବୀଜରେ ତେଲ ଥାଏ। ତେଣୁ ଆପଣ ବିନା ପରିଶ୍ରମରେ ଭଗବାନଙ୍କର ସତ୍ତାକୁ କେବେ ବି ଅନୁଭବ କରିପାରିବେ ନାହିଁ। ତେଣୁ ଜୀବନରେ ପରିଶ୍ରମ କରନ୍ତୁ ଆପଣଙ୍କୁ ନିଶ୍ଚିତ ତେଲ, ଘିଅ, ଗୁଡ ଚିନି ମିଳିବ।

Related posts